ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର : ମୟୂରଭଞ୍ଜ ଗାନ୍ଧୀ ଶରତଚନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ

ମୟୂରଭଞ୍ଜ ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ତଥା ଭାରତ ସ୍ୱାଧୀନତା ….

ମୟୂରଭଞ୍ଜ ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ତଥା ଭାରତ ସ୍ୱାଧୀନତା ପରେ ସ୍ୱାଧୀନ ମୟୂରଭଞ୍ଜ ରାଜ୍ୟର ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଗାନ୍ଧୀ ବୋଲାଉଥିବା ସ୍ବର୍ଗତ ଶରତଚନ୍ଦ୍ର ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ତାଙ୍କର ମାର୍ବଲ ପ୍ରତିମୂର୍ତ୍ତି ସ୍ଥାପନା ସହ ତାଙ୍କ ଦ୍ୱାରା ନିର୍ମିତ ମୟୂରଭଞ୍ଜ ସ୍ଵରାଜ ଆଶ୍ରମର ପୁନଃରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କରାଯିବା ନିମନ୍ତେ ପାଣ୍ଠି ଯୋଗାଇ ଦେବାପାଇଁ ଆଜି ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ଏକ ପ୍ରତିନିଧି ଦଳ ମଞ୍ଚର ପ୍ରତିଷ୍ଠା ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପ୍ରଦାନ କରିଛନ୍ତି l ୧୯୪୮ ମସିହା ପରେ ଶରତଚନ୍ଦ୍ର ଦାସ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ରାଜ୍ୟ ବିଧାନପରିଷଦ ଗଠନ କରିଥିଲେ ଓ ପ୍ରଜାମାନଙ୍କ ମତନେଇ ରାଜ୍ୟ ଶାସନ କରୁଥିଲେ l ୧୯୪୮ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଏହି ଗଡ଼ଜାତ ରାଜ୍ୟ ଭାରତ ସରକାରଙ୍କ ମିଶ୍ରଣ ଚୁକ୍ତିପତ୍ର ସ୍ବାକ୍ଷର କରି ଭାରତ ସହିତ ମିଶ୍ରଣ ହୋଇ ଏହା କେନ୍ଦ୍ରାଞ୍ଚଳ ଭାବେ ଶାସିତ ହୋଇଥିଲା l ପର ପର୍ଯ୍ୟାୟରେ ଓଡିଶା ସହିତ ଏହା ଏକ ଜିଲ୍ଲା ଭାବରେ ମିଶିଯାଇଥିଲା l

ତେଣୁ ଶ୍ରୀଯୁକ୍ତ ଶରତଚନ୍ଦ୍ର ଦାସ ପ୍ରଧାନମନ୍ତ୍ରୀ ରୂପେ ଶାସନଭାର ଗ୍ରହଣ କରି ରାଜ୍ୟକୁ ଚଳେଇ ଆସୁଥିଲେ l ୧୯୪୯ ମସିହା ଜାନୁଆରୀ ୧ ତାରିଖ ଦିନ ଓଡିଶା ସରକାରଙ୍କ ସହିତ ମୟୂରଭଞ୍ଜ ମିଶିଗଲା ଏବଂ ଏହା ଏକ ଜିଲ୍ଲା ଭାବରେ ପରିଚାଳିତ ହେଲା.ଲା l ଏଣୁ ଏଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କର ସ୍ମୃତିକୁ ଉଦଜୀବିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି l ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ଭାଗବତ ପଣ୍ଡା, ଆଇନଜୀବୀ ସତ୍ୟନାରାୟଣ ସାହୁ, ନନ୍ଦଲାଲ ସିଂହ, ପିତାମ୍ବର ମଲ୍ଲିକ, ଗୋଲୋକ ମହାନ୍ତି ପ୍ରମୁଖ ସାମିଲ ଥିଲେ l