ଗଞ୍ଜାମ ଜିଲ୍ଲା ଧରାକୋଟ ରେ ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ….

ଆସିକା: ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଧରାକୋଟ ବନପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକ ଚାରା ବିତରଣ କେନ୍ଦ୍ର ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଧରାକୋଟ ବନପାଳ ଲାଜୁ ସବର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧରାକୋଟ ସରପଞ୍ଚ ପୁନିଆ ଦାସ,ଆସିକା ବନପାଳ ଶରତ ଚନ୍ଦ୍ର ବେହେରା, ଶେରଗଡ ବନପାଳ ରାଜେନ୍ଦ୍ର ଗୌଡ ପ୍ରମୁଖ ଉପସ୍ଥିତ ରହିଥିଲେ। ପରିବେଶର ସୁରକ୍ଷା ଦୃଷ୍ଟିରୁ ଧରାକୋଟ ବନ ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ବନ ମହୋତ୍ସବ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ କାମ୍ପା ଫଣ୍ଡ ରୁ ପଚାଶ ହଜାର ଚାରା ବିତରଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଅଁଅଳା, ଜାମୁକୋଳି, ଅର୍ଜୁନ,ହରିଡ଼ା, ବାହାଡ଼ା, ଆକାସିଆ,ଶାଗୁଆନ,ପିଜୁଳି, ସଜନା ଓ ଅମୃତ ଭଣ୍ଡା ଚାରା ଆଜି ଲୋକଙ୍କୁ ବିତରଣ କରାଯାଇଥିଲା । ବନରକ୍ଷୀ ରାକେଶ ପରିଡ଼ା, ରଶ୍ମୀତା ଚୌଧୁରୀ, ଚୁମକି ନାୟକ,ସନାତନ ବିଷୋୟୀ ଓ ବାବୁ ସେଠୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ