ଆକସନ୍ ରୋଲ୍‌ରେ ଆସୁଛନ୍ତି ଆକାଶ

ଆଜି ଓଲିଉଡର ଜଣାଶୁଣା ନାୟକ ଆକାଶ ଦାସନାୟକଙ୍କ ଜନ୍ମଦିନ। ସେ ଜଣେ ରାଜନେତା ବି ମଧ୍ୟ। ରାଜନୀତିରେ ଅଧିକ ସକ୍ରିୟ ରହୁଥିବା କାରଣରୁ ତାଙ୍କୁ ପୂର୍ବାପେକ୍ଷା କମ୍ ଛବିରେ ଦେଖିବାକୁ ମିଳୁଛନ୍ତି । ତେବେ ତାଙ୍କୁ ଦର୍ଶକ ଖୁବ୍ ଶୀଘ୍ର ଏକ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ। ଏହି ଓଡ଼ିଆଛବି ହେଲା ‘ଜୟ ହିନ୍ଦ୍’।

‘ଜୟ ହିନ୍ଦ’ରେ ଭୂମିକା ଟିକେ ଭିନ୍ନ। ଏଥିରେ ତଦନ୍ତକୁ ମୁଖ୍ୟ ପ୍ରସଙ୍ଗ ରଖାଯାଇଥିବାର ସୂଚନା ରହିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନୁ ଚୌଧୁରୀ ଓ ଅଙ୍କିତ କୁମାରଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ । ଏହାଛଡ଼ା କୁକିଜ୍ ସ୍ବାଇଁଙ୍କର ବି ଏଥିରେ ଏକ ଆଇଟମ୍ନମ୍ବର ରହିଛନ୍ତି । ମୋଟାମୋଟି ଭାବରେ ଏହା ଏକ ବଡ଼ ଧମାକାଦାର୍ ସିନେମା।

ଏଥିରେ ଅଭିଷେକ ତ୍ରିପାଠୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ‘ନିମ୍‌କୀ’ ଫେମ୍ ଶୁଭଶ୍ରୀ ମଙ୍ଗରାଜ ଏହାର ପ୍ରଯୋଜିକା। ଅମିତ କୁମାର ଦାସ ଏହାର ସଂଳାକାର। ନିଜର ଏହି ଆଗାମୀ ସିନେମାକୁ ନେଇ ଆକାଶ ବେଶ୍ ଉତ୍ସାହିତ ବି ଅଛନ୍ତି।