ଗଂଜାମ(ସାକ୍ସୀ ନ୍ୟୁଜ୍): ଲଗାଣ ବର୍ଷା ସାଙ୍ଗକୁ ପବନର ପ୍ରଭାବ। ରାସ୍ତା ଉପରେ ଉପୁଡ଼ି ପଡ଼ିଲା ବିରାଟ ଗଛ। ଫଳରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ-ମାନାପଲ୍ଲୀ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ଓ ପବନ ଯୋଗୁଁ ରାସ୍ତା ଉପରେ ଗଛ ପଡ଼ି ଉଭୟ ପାର୍ଶ୍ୱରେ ଯାତାୟାତ ଠପ୍ ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଖଲ୍ଲିକୋଟ ଅଗ୍ନିଶମ ବାହିନୀ। ଅଗ୍ନିଶମ ବାହିନୀ ପକ୍ଷରୁ ଗଛ କାଟି ରାସ୍ତା ସଫା କରିବା ସହ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲଗାଣ ବର୍ଷା ଓ ପବନ ମଧ୍ୟରେ ଅଗ୍ନିଶମ ବାହିନୀର ଏହି ତତ୍ପରତା ଯୋଗୁଁ ଖୁବଶୀଘ୍ର ରାସ୍ତା ସ୍ୱାଭାବିକ ହେବା ନେଇ ଆଶା କରାଯାଉଛି ।