ବାସି ରୁଟି ଦେହ ପାଇଁ ସବୁଠୁ ଭଲ

ସକାଳ ଜଳଖିଆରୁ ଆମକୁ କେବଳ ଦିନଯାକର ଶକ୍ତି ମିଳି ନଥାଏ, ବରଂ ସ୍ୱାସ୍ଥ୍ୟକର ଓ ପୋଷକ ତତ୍ତ୍ୱରେ ଭରା ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। କିଛି ଲୋକ ସକାଳ ଜଳଖିଆରେ ବାସି ରୁଟିରେ ଘିଅ ଲଗାଇ ଖାଇବାକୁ ପସନ୍ଦ କରିଥାନ୍ତି।

ବାସି ରୁଟି ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଶରୀରକୁ ଶକ୍ତି ମିଳିଥାଏ ।ବାସି ରୁଟିରେ ପ୍ରାକୃତିକ ଫର୍ମେଟେସନ୍‌ ହେବା କାରଣରୁ ଏଥିରେ ଏମିତି ଏକ ଷ୍ଟାର୍ଚ୍ଚ ତିଆରି ହୋଇଥାଏ, ଯାହା ଫାଇବର ପରି କାମ କରିଥାଏ। ଏହା ପେଟର ସ୍ୱାସ୍ଥ୍ୟ ଓ ପାଚନତନ୍ତ୍ର ପାଇଁ ଖୁବ୍‌ ହିତକର ହୋଇଥାଏ। ବାସି ରୁଟିରେ ଘିଅ ଲଗାଇବା ଦ୍ୱାରା ବ୍ୟୁଟିରେଟ୍‌ର ମାତ୍ରା ବଢିଯାଇଥାଏ। ବାସି ରୁଟିରେ ଘିଅ ଲଗାଇ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସନ୍ତୁଳିତ ରହିଥାଏ।ଗ୍ଲାଇସୋମିକ୍‌ ଇଣ୍ଡେକ୍ସ କମ୍‌ ରହିବା ସହ ଶରୀରକୁ ଶକ୍ତି ମିଳିଥାଏ। ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଶ୍ରେଷ୍ଠ ବିକଳ୍ପ ।