ବାରିପଦା,(ସାକ୍ସୀ ନ୍ୟୁଜ୍): ଓଡିଶା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ବରିଷ୍ଠ ଆନ୍ତଃ ଜିଲ୍ଲା ଫୁଟବଲ ଚମ୍ପିୟାନସିପ “ସାହାଣୀ” କପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜର ୨୦ ଜଣିଆ ଦଳ ଘୋଷିତ ହୋଇଯାଇଛି। ସୁନ୍ଦରଗଡ଼ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଚମ୍ପିୟାନସିପରେ ମୟୁରଭଞ୍ଜ ଦଳର ଅଧିନାୟକ ରାଇସେନ ଟୁଡୁଙ୍କ ସମେତ ବାଗରାଇ ହେମ୍ବ୍ରମ, ଜୀବନ ବାସ୍କେ, ବିକ୍ରମ ହାଁସଦା,ଶୁଶିଲ ହେମ୍ବ୍ରମ, ଆୟୁଷ ବେସାନ, ଆଲୋକ ମୁର୍ମୁ, ରାମଚନ୍ଦ୍ର ବେସ୍ରା,ବାପୁନ ମାର୍ଣ୍ଡି,ବିଶ୍ୱଜିତ ହେମ୍ବ୍ରମ,ଜଗନ୍ନାଥ କିସ୍କୁ, ମାନଚିତ୍ର ମାର୍ଣ୍ଡି,ବଳଭଦ୍ର ସିଂ, ସୁନାରାମ ମୁର୍ମୁ,ବିକାଶ ନାଏକ,ରଘୁନାଥ ସୋରେନ, ଗଣେଶ ସୋରେନ,ମହେଶ କୁମାର ହୋନାଗା,ବାବୁଲି ନାଏକ,ସୁମନ୍ତ କୁମାର ମାର୍ଣ୍ଡି ସାମିଲ ଥିବା ବେଳେ କୋଚ ଭାବେ ଜିତୁରାମ ଟୁଡୁ ଓ ମ୍ୟାନେଜର ଭାବେ ମାସଙ୍ଗ ଟୁଡୁ ଦଳ ସହିତ ଗସ୍ତ କରିଛନ୍ତି ।
ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପସଭାପତି ବିବେକାନନ୍ଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ,କୋଷାଧ୍ୟକ୍ଷ୍ୟ ଅମିତାଭ ଦାସ,ଫୁଟବଲ ସମ୍ପାଦକ ଅମର କୁମାର ସେଠି,ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ,ସହ ସମ୍ପାଦକ ବୈଦ୍ୟନାଥ ରଥ ଓ ଅମ୍ବିକା ରାଉତ,ବରିଷ୍ଠ ସଦସ୍ୟ ବିଜୟ କୁମାର ଦାସ (ମଣ୍ଟୁ ଦା),ନନ୍ଦଲାଲ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ସଫଳତା କାମନା କରିଥିଲେ ।