ତାଣ୍ଡବ ରଚିଲା ଗଭୀର ଅବପାତ

ଭୀଷଣ ବର୍ଷା ନେଇ ନବରଙ୍ଗପୁରକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି…

ଗଭୀର ଅବପାତ ପ୍ରଭାବରେ ଲାଗିରହିଛି ବର୍ଷା। ୨୬ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମରେ ପ୍ରବଳ ବର୍ଷା ଜାରି ରହିବ। ଆଜି ଅତି ଭୀଷଣ ବର୍ଷା ନେଇ ନବରଙ୍ଗପୁରକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ବି ୧୧ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ାକୁ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି। ସେହିପରି ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ସମୟରେ ଏହାର ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟା ପ୍ରତି ୫୫-୬୫ କିମି ଓ ଝଟକା ପବନର ବେଗ ଘଣ୍ଟା ପ୍ରତି ୭୫ କିମି ରହିଥିଲା। ଏହା ଆଗାମୀ ୧୨ ଘଣ୍ଟା ପର୍ୟ୍ୟନ୍ତ ଏହା ଗଭୀର ଅବପାତର ତୀବ୍ରତା ବଜାୟ ରଖି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ପରେ, ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ କ୍ରମଶଃ ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି ।