ଭୁବନେଶ୍ୱରର ନୂଆପଲ୍ଲୀ ବ୍ରିଟ୍ କଲୋନୀ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସର୍ବେଶ୍ୱର ପ୍ରଧାନ ନିଜ ପତ୍ନୀଙ୍କୁ ତାୱାରେ ପିଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକଙ୍କ ନାମ ବନସ୍ମିତା ସ୍ୱାଇଁ। ଖବର ପାଇ ନୂଆପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଏକ ଲୁହା ତାୱାରେ ସ୍ତ୍ରୀର ମୁଣ୍ଡକୁ ପିଟିଦେବାରୁ ସ୍ତ୍ରୀର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଉଭୟ ଦେଢବର୍ଷ ତଳେ ପ୍ରେମ ବିବାହ କରିଥିବା ବେଳେ ସେମାନଙ୍କର ୪ ମାସର ଏକ ଶିଶୁକନ୍ୟା ମଧ୍ୟ ହେଇଥିଲା ।
Prev Post