ସୁଟିଂ ସେଟ୍‌କୁ ଅଟୋରିକ୍ସାରେ ପହଞ୍ଚିଲେ ସୁପରଷ୍ଟାର୍ ରଜନୀକାନ୍ତ

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ ମୈସୁରରେ ଚାଲିଥିବା ବେଳେ ତାଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଶୁଟିଂ ସେଟ୍‌ ନିକଟରେ ଏକାଠି ହୋଇଥିଲେ। ତେବେ ଫ୍ୟାନ୍‌ଙ୍କୁ ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଥିଲା ରଜନୀକାନ୍ତଙ୍କ ସେଟ୍‌ରେ ପହଞ୍ଚିବା ଅନ୍ଦାଜ। କୌଣସି ଦାମୀ କାର୍‌ରେ ନୁହେଁ, ବରଂ ସେ ଅଟୋ ରିକ୍ସାରେ ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ। ତାଙ୍କ ଅଟୋ ନିକଟରେ ସୁରକ୍ଷାକର୍ମୀ ଥିବାରୁ ଫ୍ୟାନ୍‌ମାନେ ରଜନୀକାନ୍ତ ଆସିଥିବା ଜାଣିପାରିଥିଲେ। ଅଟୋରୁ ଓହ୍ଲାଇବା ମାତ୍ରେ ଫ୍ୟାନ୍‌ମାନେ ଜୋରଦାର ନାରା ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ରଜନୀକାନ୍ତ ମଧ୍ୟ ପ୍ରଶଂସକଙ୍କୁ ନିରାଶ କରିନଥିଲେ। ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ଫ୍ୟାନ୍‌ମାନେ ମୋବାଇଲ୍‌ରେ ତାଙ୍କ ଭିଡିଓ ରେକର୍ଡ କରିଥିଲେ। ପରେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି ।