ବଲିଉଡର ଲୋକପ୍ରିୟ ଅଭିନେତା ଶାହରୁଖ ଖାନ୍ ଆଜି ନିଜର ୬୧ତମ ଜନ୍ମଦିନ। ଏହି ବିଶେଷ ଅବସରରେ ତାଙ୍କର ଆଗାମୀ ଚଳଚ୍ଚିତ୍ରକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଶାହରୁଖଙ୍କ ଜନ୍ମଦିନ ରେ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ନିର୍ମାତାମାନେ ଫିଲ୍ମର ପ୍ରଥମ ଗୀତ ‘ତୁ ମିଲ୍ ଜାଏ’ ରିଲିଜ୍ କରିଛନ୍ତି। ଏହାପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିଯାଇଛି।
ଏହି ଗୀତରେ ଶାହରୁଖ ଖାନ୍ ଜଣେ ଆକ୍ସନ୍ ହିରୋ ଓ ପ୍ରେମିକ ଭାବେ ନଜର ଆସିଛନ୍ତି। ଗୀତର ଆରମ୍ଭରେ ଶାହରୁଖ କହୁଛନ୍ତି, “ମୁଁ ହତ୍ୟାକାରୀ ନୁହେଁ, ଜଣେ ପ୍ରେମିକ। ଆଉ ମୋର ନିଶାନା ହେଉଛି ମୋର ପ୍ରେମିକା।” ଏହାପରେ ତାଙ୍କ ସହ ଦୀପିକା ପାଦୁକୋନ୍ ନଜର ଆସୁଛନ୍ତି। ଗୀତରେ ପୁଣିଥରେ ଶାହରୁଖ ଓ ଦୀପିକାଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି।