ଗଞ୍ଜାମ(ସାକ୍ସୀ ନ୍ୟୁଜ୍): ବାତ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସଠିକ ଆକଳନ କରି ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ସରକାରୀ କ୍ଷତିଗ୍ରସ୍ତ ତାଲିକାରେ ସାମିଲ କରିବାକୁ ଦାବି ହୋଇଛି। ଏନେଇ ଶୁକ୍ରବାର ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘର କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିବେଦନ ଜଣାଇଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ଥଳୀୟ ଅନୁଧ୍ୟାନ କରି କ୍ଷୟକ୍ଷତିର ବାସ୍ତବ ଚିତ୍ର ଆକଳନ କରିବା ସହ ଯେଉଁମାନେ ପ୍ରକୃତରେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କୁ ସହାୟତା ତାଲିକାରେ ସାମିଲ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।
ଏହି ଅବସରରେ ଜିଲ୍ଲା ସଂଘ ସଭାପତି ମନୋରଞ୍ଜନ ଗୌଡ଼, କୁକୁଡ଼ାଖଣ୍ଡି ବ୍ଲକ ସଭାପତି ତଥା ରୋହିଗାଁ ସରପଞ୍ଚ ବଶିଷ୍ଠ ଜେନା, ଲାଠି ସରପଞ୍ଚ ରାଧାମୋହନ ସେଠୀ, ଲାଞ୍ଜିଆ ସରପଞ୍ଚ ଅନିଲ ଗୌଡ଼, ବାଘଲଟି ସରପଞ୍ଚ ପ୍ରତିନିଧି ସୁକାନ୍ତ ଶାସମଲ, କଙ୍କିଆର ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।