ଅର୍ଦ୍ଧନଗ୍ନ ତରୁଣୀଙ୍କୁ ପାଖରେ ପାଇ ନାବାଳକ ଖୁସ୍‌

ସୋସିଆଲ ମିଡିଆରେ ବାପାକୁ ପ୍ରବଳ ସମାଲୋଚନା

ପୁଅର ସଫଳତାରେ ଆତ୍ମହରା ହୋଇ ବାପା ଏଭଳି ପୁରସ୍କାର ଟେକିଦେଲେ ଯେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଗଲେ ଉଭୟ ବାପ-ପୁଅ । ଦେଖଣାହାରୀ ବାପାଙ୍କୁ ତୀବ୍ର ସମାଲୋଚନା କରିବାକୁ ପଛାଇଲେନି ।

ସୂଚନା ଅନୁସାରେ, ବ୍ରିଟେନର ଲିଭରପୁଲରେ ରହନ୍ତି ୩୬ ବର୍ଷୀୟ ବଡି ଏଡ୍‌ୱାର୍ଡସ । ତାଙ୍କର ପୁଅ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କଲା । ପୁଅର ଖୁସିରେ ଆତ୍ମହରା ହୋଇ ବାପା ଏଡ୍‌ୱାର୍ଡସ ତାକୁ ଧରି ଚାଲିଲେ ହୁଟର୍ସ ରେଷ୍ଟୁରାଂଟ । ରେଷ୍ଟୁରାଂଟଟି ବର୍ଗର, ବିୟର ଓ ଛୋଟ ପୋଷାକ ପିନ୍ଧା ତରୁଣୀ ସେବିକା ପାଇଁ ପ୍ରସିଦ୍ଧ । ସଂକ୍ଷେପରେ କହିଲେ ଉକ୍ତ ରେଷ୍ଟୁରାଂଟକୁ ଛୋଟ ପିଲାଙ୍କୁ ନେଇ କେହି କେବେ ଯାଇନାହାନ୍ତି ।
ପ୍ରଥମ ଥର ପାଇଁ ଏଡ୍‌ୱାର୍ଡସ ପୁଅକୁ ଧରି ଉକ୍ତ ରେଷ୍ଟୁରାଂଟରେ ପଶିଲେ । ରେଷ୍ଟୁରାଂଟରେ ବାପ-ପୁଅ ସ୍ୱାଦିଷ୍ଟ ବର୍ଗର, ଓନିୟନ୍‌ ରିଙ୍ଗ ଖାଇଲେ । ସୁନ୍ଦରୀ ତରୁଣୀ ସେବିକାଙ୍କ ସହିତ ଫଟୋ ଉଠାଇଲେ । ସେହି ଫଟୋ ଭିତରୁ ଗୋଟିଏ ଏଡ୍‌ୱାର୍ଡସ ତାଙ୍କ ଟ୍ୱିଟର ଆକାଉଂଟରେ ଅପ୍‌ଲୋଡ୍‌ କଲେ । ଏଡ୍‌ୱାଡସ୍‌ ଅପଲୋଡ଼ କରିଥିବା ଫଟୋର ଗୋଟିଏ ପାଖରେ ସୁନ୍ଦରୀ ତରୁଣୀ ଓ ଆଉ ଗୋଟିଏ ପାଖରେ ୯ ବର୍ଷର ନାବାଳକ ପୁଅ ।

ବାସ୍‌ ଆରମ୍ଭ ହୋଇଗଲା ଏଡ୍‌ୱାର୍ଡସଙ୍କ ଉପରେ ସମାଲୋଚନାର ବର୍ଷା । କେହିକେହି ନାବାଳକ ପୁଅକୁ ନେଇ ସେଭଳି ରେଷ୍ଟୁରାଂଟକୁ ଯିବା ଉଚିତ ହୋଇନି ବୋଲି କଟାକ୍ଷ କରିଥିଲା ବେଳେ ଆଉ କେହି ସେଭଳି ସ୍ଥାନକୁ ପୁଅକୁ ନେଇ ଏଡ୍‌ୱାର୍ଡସ ବାପାର ସଂଜ୍ଞା ଭୁଲିଯାଇଛନ୍ତି ମନ୍ତବ୍ୟ ଦେଇଛନ୍ତି । ଆଉ କେହି ଭବିଷ୍ୟତରେ ସେଭଳି ଭୁଲ ନକରିବାକୁ ପରାମର୍ଶ ଦେଇଛନ୍ତି ।
କିନ୍ତୁ ଏଡ୍‌ୱାର୍ଡସ ବୟାନରେ ଉଲ୍ଲେଖ କରିଛନ୍ତି ଯେ ପୁଅକୁ ଧରି ହୁଟର୍ସ ରେଷ୍ଟୁରାଂଟକୁ ଯିବା ପଛରେ ମା’ଙ୍କର ସମର୍ଥନ ଥିଲା । ହୁଟର୍ସ ରେଷ୍ଟୁରାଂଟରେ ସ୍ୱଳ୍ପ ପୋଷାକ ପରିହିତା ରମଣୀ କାମ କରୁନାହାନ୍ତି ବୋଲି ପୁଅ ବିଶ୍ୱାସ କରୁ ନଥିଲା । ତା’ ମନରୁ ଭ୍ରମ ଦୂର କରିବା ପାଇଁ ସେ ପୁଅକୁ ଧରି ଉକ୍ତ ରେଷ୍ଟୁରାଂଟକୁ ଯାଇଥିଲେ ମାତ୍ର । ରେଷ୍ଟୁରାଂଟରେ କାର୍ଯ୍ୟରତ ତରୁଣୀମାନଙ୍କ ବ୍ୟବହାର ବେଶ ମାର୍ଜିିତ ଥିଲା । ତା’ ସହିତ ସେମାନେ ପରସିଥିବା ଖାଦ୍ୟଗୁଡ଼ିକ ମଧ୍ୟ ସ୍ୱାଦିଷ୍ଟ ଥିଲା । ତେଣୁ ପୁଅକୁ ସାଙ୍ଗରେ ଧରି ସେଠାକୁ ଯିବା ସଙ୍ଗୀନ ଅପରାଧ ନୁହେଁ ।