ଜାନୁଆରୀରେ ଭାରତକୁ ଆସିବ କରୋନା ନୂଆ ଅବତାର

କରୋନାର ପ୍ରଥମ ଲହର ଏଇ ଜାନୁଆରୀରେ ଭାରତରେ ପ୍ରବେଶ କରିଥିଲା….

ନୂଆଦିଲ୍ଲୀ: ଚୀନରେ କରୋନା ନୂଆ ଭାରିଏଂଟ ପ୍ରଳୟ ଦେଖି ଭାରତର ମୁଣ୍ଡ କାମ କରୁନି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ପ୍ରବୋଧନା ଦେଲେ ମଧ୍ୟ ଆଗାମୀ ୪୦ ଦିନ କଠିନ ପରୀକ୍ଷାର ବେଳ । ଜାନୁଆରୀରେ କରୋନାର ନୂଆ ଭାରିଏଂଟ ଭାରତରେ ପାଦ ଦେବାର ଆଶଙ୍କା ଉପୁଜିଛି । ଦିନକ ତଳେ ଚୀନରୁ ଜଣେ ଭାରତୀୟ ମହିଳା ଓ ତାଙ୍କ ନାବାଳିକା ଝିଅ ଶ୍ରୀଲଙ୍କା ବାଟ ଦେଇ ତାମିଲନାଡୁରେ ପହଂଚିଛନ୍ତି ।

ଚୀନ ସରକାର ଦେଶରେ କରୋନା କଟକଣା ଜାରି କରିନାହାନ୍ତି । ଆନ୍ତର୍ଜାତିକ ଉଡାଣ ପ୍ରତି କଟକଣା ଜାରି କରିନାହାନ୍ତି । ସଂକ୍ଷେପରେ କହିଲେ, କରୋନାର ନୂଆ ଭାରିଏଂଟ ଅନ୍ୟ ଦେଶକୁ ପ୍ରସାରିତ ହେଉ ଓ ହାହାକାର ପକାଉ ବୋଲି ଜିନ୍‌ପିଙ୍ଗ୍‌ ସରକାର ଚାହୁଁଛନ୍ତି । ପଡେ଼ାଶୀ ଚୀନରୁ ଭାରତକୁ କରୋନା ଆକ୍ରାନ୍ତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । କରୋନାର ପ୍ରଥମ ଲହର ଏଇ ଜାନୁଆରୀରେ ଭାରତରେ ପ୍ରବେଶ କରିଥିଲା । କରୋନାର ନୂଆରୂପ ଥିଲା ଓମିକ୍ରନ୍‌ । ଓମିକ୍ରନ’ର ନୂଆ ରୂପ ଏବେ ବିଏଫ୍‌-୭ ।

ଏହି ବିଏଫ୍‌.୭ ତୀବ୍ରଗତିରେ କାୟା ବିସ୍ତାର କରୁଥିବା ଜଣାପଡ଼ିଛି । ଗତ ସେପ୍ଟେମ୍ବରରୁ ବିଏଫ୍‌-୭ ଭାରତରେ ପ୍ରବେଶ କରିଥିଲେ ମଧ୍ୟ ତାହା କୌଣସିମତେ ଦବି ରହିଛି । ଥରେ ବିଏଫ୍‌-୭ ସଂକ୍ରମଣ ଆରମ୍ଭ ହୋଇଗଲେ, ତାହାକୁ ରୋକିବା କଷ୍ଟକର ହେବ । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମନକୁ ବୁଝାଇବା ପାଇଁ ଲୋକଙ୍କୁ ଆଶ୍ୱାସନା ଦେଉଛନ୍ତି । ମାତ୍ର ମୋଦୀ ସରକାରଙ୍କ ପାରିବାପଣିଆ ୧୩୫ କୋଟି ଜନତା ଦେଖି ସାରିଛନ୍ତି ।