ରାଜଧାନୀରେ ବଢ଼ୁଛି ସାଇବର ଠକେଇ ମାମଲା

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦି ବଢ଼ିଚାଲିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ନୂଆ ନୂଆ ତରିକାରେ ପ୍ରତିଦିନ ଲୁଟୁଛନ୍ତି ନିରୀହ ଲୋକଙ୍କୁ । ଏହାରି ମଧ୍ୟରେ ସାଇବର ସେଲର ତଥ୍ୟ ।ତଥ୍ୟ ଅନୁଯାୟୀ ଫେବୃଆରୀରେ କେବଳ ରାଜଧାନୀରୁ ୧.୩୯ କୋଟି ସାଇବର ଠକେଇ ହୋଇଛି । ୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଚୂନ ଲଗାଇଛନ୍ତି ଏହି ଠକ ।

ତେବେ ଠକଙ୍କ ନିକଟରୁ ୨୩ ଲକ୍ଷ ଟଙ୍କା ବ୍ଲକ କରାଯିବା ସହ ଫେରସ୍ତ ଅଣାଯାଇଛି । ଫେବ୍ରୁଆରରେ ରାଜଧାନୀରେ ସାଇବର ସେଲରେ ୬୦ଟି ମାମଲା ରୁଜୁ ହୋଇଛି । ଠକୁଥିବା ଏହି ଲୁଟେରା ମାନେ ମୁଖ୍ୟତଃ ଡେବିଟ୍, କ୍ରେଡିଟ୍ କାର୍ଡ ମାଧ୍ୟମରେ ଠକେଇ କରୁଥିବା ନେଇ ସାଇବର ସେଲରେ ସୂଚନା ।