ବ୍ଲକସ୍ତରୀୟ କୃଷକ ପରାମର୍ଶଦାତା ଓ ଉପଦେଷ୍ଟା ନିର୍ବାଚନ

ଦୀପାଳି ମହାନ୍ତ ବିଜୟୀ

ଡମ୍ବୁରୁଧରଙ୍କୁ ୧୨ ଖଣ୍ଡ ଭୋଟରେ ପରାଜୟ…

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ବ୍ଲକ କୃଷି କାର୍ଯ୍ୟାଳୟ ସଭାଗୃହରେ ଆଜି ବ୍ଲକସ୍ତରୀୟ କୃଷକ ପରାମର୍ଶଦାତା ଓ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଚେୟାରମ୍ୟାନ ବୀଣାପାଣି ନାଏକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କୃଷି ସମ୍ପର୍କିତ ବିଭିନ୍ନ ବିଷୟ ସହ ମଣ୍ଡଳୀର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ଦୀପାଳି ମହାନ୍ତ ୧୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଡମ୍ବୁରୁଧର ମହାନ୍ତ ୧୨ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। ଯାହା ପ୍ରତି ଦୁଇ ବର୍ଷରେ ଥରେନିର୍ବାଚନ ହୋଇଥାଏ ।

ସମୁଦାୟ ୨୫ ଜଣ ସଦସ୍ୟ ଭିତରେ ନିର୍ବାଚନ ହୋଇଥାଏ। ଆଜି ହୋଇ ଥିବା ଭୋଟ ରେ ମାତ୍ର ଗୋଟିଏ ଭୋଟର ବ୍ୟବଧାନରେ ଦୀପାଳି ମହାନ୍ତ ବିଜୟୀ ହୋଇଛନ୍ତି। ବୈଠକରେ ପ୍ରିଯାଇଣ୍ଡିଙ୍ଗ ଅଫିସର ଅର୍ପିତ ଆର୍ମିତା ସୁ, ବିଶ୍ୱାଳ (IIC), BVO, FIAC, କୃଷି ଅଧିକାରୀ, ବର୍ଷା ବୈଷାଳୀ, କୃଷି ଅଧିଦର୍ଶକ,ଦୁର୍ଗା ଚରଣ ତ୍ରିପାଠୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ, ଦୀପ୍ତିମୟୀ ଦାଶ, ସହକାରୀ ଉଦ୍ୟାନ ଅଧିକାରୀ ତପନ କୁମାର ସେଠୀ, ବ୍ଲକ ପ୍ରକଳ୍ପ ସହଯୋଗୀ ଯଞ୍ଜୟ କୁମାର ନାଏକ ଏବଂ ସରକାରୀ କୃଷି ଅଧିକାରୀ ଦେବାଞ୍ଜନ ଦ୍ୱିବେଦୀ ପ୍ରମୁଖ ସହଯୋଗ କରିଥିଲେ ।

ବୈଠକରେ ଚାଷୀଙ୍କ ବିଭିନ୍ନ ସମସ୍ୟା, କୃଷିର ବିକାଶ, ଉନ୍ନତ କୃଷି ପଦ୍ଧତି, ମାଟିର ଉର୍ବରତା ସୁରକ୍ଷା ଓ ବିଭିନ୍ନ ସରକାରୀ କୃଷି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଚାଷୀଙ୍କ ନିକଟରେ କୃଷି ବିଭାଗର ସୁବିଧା ଓ ଯୋଜନା ପହଞ୍ଚାଇବା ସହ କୃଷି ସମ୍ପର୍କିତ ସମସ୍ୟାର ସମାଧାନ ନେଇ ମଧ୍ୟ ମତବିନିମୟ କରାଯାଇଥିଲା। ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେତା ଦୀପାଳି ମହାନ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଓ ଅଭିନନ୍ଦନ ଜଣାଇ ଥିଲେ। ତାଙ୍କ ବିଜୟକୁ ନେଇ ଉପସ୍ଥିତ ସଦସ୍ୟ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ମାତ୍ର ଗୋଟିଏ ଭୋଟର ବ୍ୟବଧାନରେ ହୋଇଥିବା ଏହି ନିର୍ବାଚନ ଫଳାଫଳ ବୈଠକରେ ଉପସ୍ଥିତ ସଦସ୍ୟଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।କେନ୍ଦୁଝରରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ ଅଦ୍ୱୈତ ଭାରତ ।