ପିତାମାତା ହେଲେ ଆଦିତ୍ୟ-ଶ୍ୱେତା

ମୁମ୍ବାଇ : ପିତାମାତା ହେଲେ ଆଦିତ୍ୟ ନାରାୟଣ ଓ ଶ୍ୱେତା ଅଗ୍ରୱାଲ । ମୁମ୍ବାଇର ଏକ ହସ୍ପିଟାଲରେ ସେମାନଙ୍କର ଏକ ନୂଆ ଅତିଥିଙ୍କୁ ସ୍ୱାଗତ କରିଛନ୍ତି । ଏନେଇ ବଲିଉଡ ଅଭିନେତା ଓ ସିଙ୍ଗର ଆଦିତ୍ୟ ନାରାୟଣତା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୦ ଡିସେମ୍ବର ପହିଲାରେ ବିବାହ ଉଭୟ ବିବାନ ବନ୍ଧନରେ ବାନ୍ଧି ହୋଇଥିଲେ । ଏବେ ତାଙ୍କର ଖୁସି ଆଉ ଦ୍ୱିଗୁଣିତ ହୋଇଯାଇଛି । କାରଣ ଦୁହେଁ ଏବେ ପିତାମାତା ହେବାର ସୌଭାଗ୍ୟଲାଗ କରିଛନ୍ତି । ଆଦିତ୍ୟ କହିଛନ୍ତି ଯେ, ସମସ୍ତେ ମୋତେ କହୁଥିଲେ ଯେ ଆମର ପୁଅ ହେବ । କିନ୍ତୁ ମୁଁ ପ୍ରାର୍ଥନା କରୁଥିଲି କି ଆମ ଘରକୁ ଗୋଟେ ଝିଅଟେ ଆସୁ । କାହିଁକି ନା ବାପାମାନେ ସେମାନଙ୍କ ଝିଅମାନଙ୍କ ସହିତ ଅତି ନିକଟତର ହୋଇଥାନ୍ତି । ସେଥିପାଇଁ ମୁଁ ବୁହତ ଖୁସି ମୋ ପାଇଁ ଗୋଟେ ପରୀ ଆସିଛି ।