ଆଇପିଏଲ ୨୦୨୨: ଖେଳସୂଚୀ ଜାରି କଲା ବିସିସିଆଇ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୨ର ଖେଳସୂଚୀ ଜାରି ହୋଇଛି । ବିସିସିଆଇ ତରଫରୁ ଚଳିତ ବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସିଡ୍ୟୁଲ ଜାରି କରାଯାଇଛି। ଚଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ମାର୍ଚ୍ଚ ୨୬ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରୁ ଖେଳାଯିବ ।
ସେହିପରି ଶେଷ ମ୍ୟାଚ୍ ମେ ୨୨ ତାରିଖରେ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ । ଏଥର ଆଇପିଏଲ ୧୦ଟି ଦଳକୁ ନେଇ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ । ସେଥୁରୁ ୭୦ଟି ଲିଗ୍ ମ୍ୟାଚ୍ ରହିଛି । ୧୦ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କର।।ଇଛି ।