ଭୁବନେଶ୍ବର,(ଅଦ୍ୱୈତ ଭାରତ): ଦୀର୍ଘ ବର୍ଷ ଧରି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଅବନତି ହୋଇଚାଲିଥିବା ବେଳେ ଶିକ୍ଷାର ବ୍ୟବସାୟୀକରଣକୁ ପ୍ରୋତ୍ସାହନ ଦେବା ଓ ତରବରିଆ ଭାବେ ବହି ବଦଳେଇବା, ତିନିମାସ ଅତିକ୍ରମ ହେବାପରେ ବିଳମ୍ବରେ ତ୍ରୁଟିପୂର୍ଣ୍ଣ ବହି ଦେବା ,ଅନେକ ନିଯୁକ୍ତି ଭିତ୍ତିକ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଓ ସେହି ପ୍ରକ୍ରିୟା ଧୀରେଧୀରେ ବିଶ୍ୱସନୀୟତା ହରେଇବା।

ଅନ୍ୟପଟେ ଦେଶରେ ପ୍ରାୟ ନବେହଜାର ବିଦ୍ୟାଳୟ ବନ୍ଦ କରାଯିବା, ନିଟ ପ୍ରଶ୍ନପତ୍ର ଲିକ୍ ଏବଂ ଏଥିପାଇଁ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା, ସିବିଏସି ଘୋଟାଲା ଆଦି ଅନେକ ଘଟଣା ବର୍ତ୍ତମାନ ରାଜ୍ୟ ତଥା ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ଏବେ ସନ୍ଦେହ ଘେରରେ।
ଏପରି ପରିସ୍ଥିତି ରେ ଶିକ୍ଷା ସଂସ୍କାର ଓ ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ଉତ୍ତରଦାୟିତ୍ୱକୁ ଦାବୀ କରି ଦେଶର ସୁନାମଧନ୍ୟ ବୈଜ୍ଞାନୀକ ସୋନମ୍ ୱାଂଚୁକ ଙ୍କ ଆମରଣ ଅନଶନ ସମର୍ଥନରେ ଉଠ ଓଡ଼ିଆ ଏକ ଦିନିଆ ଗଣ ଉପବାସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜ୍ଞାନ ରଞ୍ଜନ ଦାସ, ସୌମ୍ୟରଞ୍ଜନ ମହାନ୍ତି, ଅଶୋକ ଜେନା, ଦୂର୍ଗାଦାସ ,ଶ୍ରୀମନ୍ତ ମହାନ୍ତି,ଡଃ ରତିକାନ୍ତ ନାୟକ , ସୁରେଶ ସ୍ୱାଇଁ, ଦେବୀ ପ୍ରସନ୍ନ ରଥ ଙ୍କ ସମେତ ୩୦ ଜଣ ସଦସ୍ୟ ପ୍ରତ୍ୟକ୍ଷ ସାମିଲ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ସ୍ଥାନରେ ଅନେକ ସଦସ୍ୟମାନେ ଏହାର ସମର୍ଥନରେ ଏକ ଦିନିଆ ଉପବାସ ପାଳନ କରିଛନ୍ତି।
ଏହି ଅନଶନ ସ୍ଥଳରେ ବରିଷ୍ଠ ସାମ୍ବାଦିକ ରବି ଦାସ ପହଞ୍ଚି ଉଠ ଓଡ଼ିଆ ର ପ୍ରୟାସକୁ ସମର୍ଥନ ଜଣାଇବା ସହ ସୋନମ୍ ୱାଂଚୁକ୍ ଙ୍କ ପ୍ରୟାସ କୁ ସାଧୁବାଦ ଜଣାଇଥିଲେ।