କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନବ ନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ଜଣେ ମୃତ ଜଣେ ଗୁରୁତର

କେନ୍ଦୁଝର,(ଅଦ୍ୱୈତ ଭାରତ): ଟାଉନ୍ ଥାନା ଅନ୍ତର୍ଗତ ସରାସ ଗ୍ରାମରେ ନବ ନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ଜଣେ ମୃତ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତ୍ତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି, ମୃତକ ଓ ଗୁରୁତର ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି।

ଏହି କାର୍ଯ୍ୟ ଏସ କେ ସମିମ ଠିକାଦାର କରୁଥିବା ବେଳେ ମୃତକଙ୍କ ପରିଚୟ ବାବର୍ ଶେଖ୍ ଓ ଗୁରୁତର ନାଁ ମିଟୁ ଶେଖ୍ ବୋଲି ଜଣାପଡିଛି। ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଜଂଘିପୁର ଗ୍ରାମର ଜଣାପଡିଥିଲା ବେଳେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କେନ୍ଦୁଝର ରୁ ଅଞ୍ଜନ କୁମାର ରଣାଙ୍କ ରିପୋର୍ଟ।