ମୟୁରଭଞ୍ଜ(ସାକ୍ସୀ ନ୍ୟୁଜ୍): ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ, ଯଶିପୁର ପକ୍ଷରୁ ୭୨ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ଜାତୀୟ ଉଦ୍ୟାନ ଶିମିଳିପାଳର ସୁରକ୍ଷା ପାଇଁ ଏକ ମିନି ମାରାଥନ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ, ଯଶିପୁର କାର୍ଯ୍ୟାଳୟ ଠାରୁ ମାଟିଆଗଡ଼ ଓଡିଶା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ୧୦ କି.ମି ଓ ୫ କି.ମି ପର୍ଯ୍ୟନ୍ତ ସ୍ଥାନୀୟ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ବନ କର୍ମଚାରୀ ମାନେ ପ୍ରତିଯୋଗିତାରେ ଭାଗ ନେଇ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ମୟୁରଭଞ୍ଜରୁ ଅଞ୍ଜନ ରଣାଙ୍କ ରିପୋଟ ସାକ୍ସୀ ନ୍ୟୁଜ୍ ।