ନେହରୁ ଯୁବ କେନ୍ଦ୍ର ତରଫରୁ ଜାତୀୟ ପଞ୍ଚାୟତ ରାଜ ଦିବସ

ଜାତୀୟ ପଞ୍ଚାୟତ ରାଜ ଦିବସ ଫୁଲବାଣୀ ସହର ର…

କନ୍ଧମାଳ: ଫୁଲବାଣୀ ସହର ର ଜ଼ିଲ୍ଲା କ୍ରୀଡା କାର୍ଯ୍ୟାଳୟ ପରିସରରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ଅଧିକାରୀ ଡ.ଅନନ୍ତ ଚରଣ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ତିରଞ୍ଜୀବ ପ୍ରଶିକ୍ଷକ ଆଶାରାମ ହାଁସଦା, ଆଇନଜୀବୀ ମନୋଜ କୁମାର ପଟ୍ଟନାୟକ, କମ୍ପୁଟର ଶିକ୍ଷକ ଅମ୍ବିକା ପ୍ରସାଦ ପ୍ରହରାଜ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ଫୁଲବାଣୀ ବ୍ଲକ ର ଯୁବକ ଓ ଯୁବତୀ ଉପସ୍ଥିତ ରହି ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ଏଥିରେ ପ୍ରଥମ ରତ୍ନାକର ପାଲଟା ସିଂ, ଦ୍ୱିତୀୟ ସରୋବ ସିଂ ଏବଂ ତୃତୀୟ ଚିଣ୍ଟୁ ନାୟକ ହୋଇଥିଲେ l ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି,ପ୍ରମାଣ ପତ୍ର ଦେଇ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା l ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସ ର ମୂଳ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l

ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହ କର୍ମୀ ମନେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ବିଷୟରେ ଅବଗତ କରିଥିଲେ ପରିଶେଷରେ ସ୍ୱେଚ୍ଛାସେବୀ ସୋନାଲି ଡିଗାଲ ଧନ୍ୟବାଦ ଅର୍ପଣ କରିଥିଲେ l