ଗଂଜାମ(ସାକ୍ସୀ ନ୍ୟୁଜ୍): ପୋଲସରା ବ୍ଲକ କେନ୍ଦୁବାଡି ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି ବିଡ଼ିଓ ଶଶିଭୂଷଣ ମହାପାତ୍ର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ କେବଳ ୬ ଜଣ ହିତାଧିକାରୀ ନିଜର ନାମ ପଞ୍ଜିକରଣ କରିଥିଲେ। ତତ୍କାଳ ୭ ଗୋଟି ସମାଧାନ କରାଯାଇଥିଲା। ରାସନ କାର୍ଡ ୨ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ପଟ୍ଟା ୩ଜଣଙ୍କୁ ଓ ଭତ୍ତା ୨ ଜଣଙ୍କୁ ପ୍ରଦାନ କରାଯାଇଥିଲା ।
ଏଥି ସହିତ ପଞ୍ଚାୟତର ଉନ୍ନତି କିଭଳି ହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ଦିପ୍ତିମୟୀ ପାତ୍ର,ଏବିଡିଓ ସୋନମ ବେହେରା,ବ୍ଲକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଲିପ୍ସାରାଣୀ ଭଞ୍ଜଦେଓ,ସରପଞ୍ଚ ପ୍ରତିନିଧି ବିଜୟ କୁମାର ସ୍ୱାଇଁ, ସମିତି ସଭ୍ୟ ନରେନ୍ଦ୍ର ସ୍ୱାଇଁ ପ୍ରମୁଖ ସମେତ ବ୍ଲକର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଗଂଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।