160×600
160×600

ଶିବସେନା ନେତାଙ୍କୁ ଦିବାଲୋକରେ ଗୁଳି

ଅପରାଧୀକୁ ଧରିବା ପାଇଁ ପୁଲିସର ତନାଘନା

ଅମୃତସର: ପଞ୍ଜାବର ଆପ୍‌ ସରକାରକୁ ଅପରାଧୀ ଗୋଷ୍ଠୀ ଚାଲେଞ୍ଜ କରିଛନ୍ତି । ସ୍ପଷ୍ଟ ଦିବାଲୋକରେ ନିରୀହ ଲୋକଙ୍କ ଉପରକୁ ଗୁଳି ଚଳାଇ ଅପରାଧୀମାନେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଶାସନକୁ ଫୁଟୁକି ମାରୁଛନ୍ତି । ଅମୃତସର ମନ୍ଦିର ନିକଟରେ ଧାରଣାରେ ବସିଥିବା ଶିିବସେନା ନେତା ସୁରୀଙ୍କୁ ଗୁଳିମାଡ଼ କରି ଅପରାଧୀ ଖସିଯାଇଛି । ସୁରୀଙ୍କୁ ଦୀପାବଳି ପୂର୍ବରୁ ଗୁଳି କରିବା ପାଇଁ ଯୋଜନା କରାଯାଇଥିଲା । ମାତ୍ର ମଉକା ମିଳି ନଥିଲା । ଦୁଇଜଣ ପେସାଦାର ଅପରାଧୀଙ୍କଠାରୁ ପୁଲିସ ଏହି ବିଷୟ ଶୁଣିବାକୁ ପାଇଥିଲା । ଗୁରୁତର ଆହତ ହୋଇ ସୁରୀ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଗୋପାଳ ମନ୍ଦିର ନିକଟରେ ରହିଥିବା ଏକ ଅଳିଆ ଗଦାରୁ ଠାକୁରଙ୍କ ପ୍ରତିମା ମିଳିବାରୁ ତା’ର ତୀବ୍ର ପ୍ରତିବାଦ କରି ଶିବସେନା ନେତା ସୁରୀ ଓ ତାଙ୍କ ସମର୍ଥକମାନେ ଧାରଣା ପ୍ରଦର୍ଶନ କରୁଥିଲେ ।