ଆଜି କେବଳ ସଫଳତାର ଦିନ ନୁହେଁ ଆକାଂକ୍ଷାର ଦିନ: ମୋଦୀ

ତୃତୀୟ କାରଣ ହେଲା ସଂସ୍କାର ପାଇଁ ମାନସିକତା…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇଠାରେ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି । ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସମ୍ମାନ ଗ୍ରହଣ କରୁଥିବାରୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆପଣମାନେ ସମସ୍ତେ ନିଜ ମନ ମଧ୍ୟରେ ନିଜର ଭବିଷ୍ୟତ ଗଠନ କରି ସାରିଥିବେ । ତେଣୁ ପ୍ରଧାନମନ୍ତ୍ରୀ ୧୨୫ ବର୍ଷ ପୂର୍ବରୁ ମାଦ୍ରାସରେ ସ୍ୱାମୀ ବିବେକାନନ୍ଦ ଭାରତୀୟ ଯୁବଗୋଷ୍ଠୀଙ୍କ ସମ୍ଭାବନା ନେଇ କହିଥିବା ବକ୍ତବ୍ୟର ସ୍ମୃତିଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସମଗ୍ର ବିଶ୍ୱ ଭାରତୀୟ ଯୁବଶକ୍ତି ପ୍ରତି ଅନେକ ଆଶା ରଖିଛି । କାରଣ ଆପଣାମାନେ ଦେଶର ଅଭିବୃଦ୍ଧିର କଳ ଓ ଭାରତ ହେଉଛି ବିଶ୍ୱ ଅଭିବୃଦ୍ଧିର କଳ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ବୈଷୟିକ ଜନିତ ବାଧାବିଘ୍ନରେ ଭାରତ ସପକ୍ଷରେ ତିନିଟି ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି । ପ୍ରଥମ ହେଲା ବୈଷୟିକ ଜ୍ଞାନ ନିମନ୍ତେ ରୁଚି ରହିଛି । ପ୍ରଯୁକ୍ତି ବିଦ୍ୟାର ଉପଯୋଗ ନେଇ ଏକ ଆରାମଦାୟକ ଅନୁଭୂତି ରହିଛି । ଗରୀବରୁ ଗରୀବତମ ବ୍ୟକ୍ତି ମଧ୍ୟ ଏହାକୁ ଆଦରି ନେଇଛି ।

ଦ୍ୱିତୀୟ ହେଲା ଯେଉଁମାନେ ବିପଦ ସମ୍ଭାବନାକୁ ନେଇଛନ୍ତି ସେମାନଙ୍କ ଉପରେ ଆସ୍ଥା ରହିଛି । ଆଗରୁ କୌଣସି ସାମାଜିକ ଉତ୍ସବରେ ଜଣେ ଯୁବକ ବା ଯୁବତୀ ନିଜକୁ ଜଣେ ଉଦ୍ୟୋଗପତି ଭାବେ ନିଜର ପରିଚୟ ପ୍ରଦାନ କରିବା ଅସୁବିଧା ହେଉଥିଲା । ସାଧାରଣତଃ ଲୋକମାନେ ସେମାନଙ୍କୁ ସ୍ଥାୟୀ ବସବାସ କରିବା ଦରମାବାଲା ଚାକିରି ପାଇଁ ଲାଗ ବୋଲି କହୁଥିଲେ । ହେଲେ ବର୍ତ୍ତମାନ ପରିସ୍ଥିତି ପୁରା ଓଲଟି ଯାଇଛି । ତୃତୀୟ କାରଣ ହେଲା ସଂସ୍କାର ପାଇଁ ମାନସିକତା । ପ୍ରଧାନମନ୍ତ୍ରୀ ଆଗରୁ କହିଥିଲେ ଯେ ଆଗରୁ ଗୋଟେ ଧାରଣା ଥିଲା ଯେ ଏକ ସବଳ ସରକାର ସବୁ ଓ ସମସ୍ତଙ୍କୁ ନିୟନ୍ତ୍ରଣ କରିବ ।

ମାତ୍ର ଆମେ ଏହାର ପରିବର୍ତ୍ତନ କରିଛୁ । ଏକ ସବଳ ଓ ସରକାର ସବୁ ଓ ସମସ୍ତଙ୍କୁ ନିୟନ୍ତ୍ରଣ କରେନାହିଁ । ଏହା ବ୍ୟବସ୍ଥାର ଗତିକୁ ନିୟନ୍ତ୍ରଣ ପ୍ରତି ହସ୍ତକ୍ଷେପ କରେ । ଏକ ସବଳ ସରକାର କଟକଣାଯୁକ୍ତ ନୁହେଁ ଏହା ଉତ୍ତରଦାୟୀ । ଏକ ସବଳ ସରକାରର ଶକ୍ତି ଏକ ପ୍ରକାର ସ୍ଥିତିରେ ନିହିତ ଥାଏ ଯେ ଏହା କେବେ ସବୁ ଜାଣିବା ବା ସବୁ କରିବା ସମ୍ଭବ ନୁହଁ ବୋଲି ତାକୁ ବିନା ଦ୍ୱିଧାନରେ ସ୍ୱୀକାର କରିଥାଏ । ସେଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଆସୁଛି ଓ ଜନସାଧାରଣଙ୍କ ମେଧାଶକ୍ତି ସେଥିରେ ଉପଯୋଗ ହେଉଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ୬୯ ଜଣ ସ୍ୱର୍ଣ୍ଣପଦକଧାରୀଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ ।