ୟୁକ୍ରେନ ରାଷ୍ଟ୍ରପତିଙ୍କ ଆମେରିକାକୁ ନିବେଦନ

ନୂଆଦିଲ୍ଲୀ: ଜାରୀ ରହିଛି ଋଷ ଓ ୟୁକ୍ରେନ ମଧ୍ୟରେ ଆକ୍ରମଣ । ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜ ଦେଶକୁ ସାହାର୍ଯ୍ୟ କରିବା ପାଇଁ ଆମେରିକାକୁ ଅଧିକ ଯୁଦ୍ଧ ବିମାନ ପଠାଇବା ଏବଂ ଋଷରୁ ତେଲ ଆମଦାନୀ ହ୍ରାସ କରିବା ପାଇଁ ଏକ ନିବେଦନ କରିଛନ୍ତି । ଯାହା ଦ୍ୱାରା ତାଙ୍କ ଦେଶ ଋଷର ସାମରିକ କାର୍ଯ୍ୟକଳାପକୁ ପ୍ରତିହତ କରିପାରିବ । ଗତକାଲି ଆମେରିକାର ଆଇନଜୀବୀଙ୍କୁ ଏକ ବ୍ୟକ୍ତିଗତ ଭିଡିଓ କଲରେ ଜେଲେନସ୍କି କହିଛନ୍ତି ଯେ ସେ ତାଙ୍କୁ ଶେଷ ଥର ପାଇଁ ଜୀବନ୍ତ ଦେଖି ନିଅନ୍ତୁ ।

ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ଶନିବାର ଦାବି କରିଛନ୍ତି ଯେ, ଦେଶର ମଧ୍ୟ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ସହରରେ ୟୁକ୍ରେନ୍‌ର ସେନା ମଜବୁତ ହୋଇଛି । କିନ୍ତୁ ଖାରକିଭ, ନକୋଲିଭ, ଜେର୍ନିହାଇଭ ଓ ସୁମୀ ପ୍ରଭାବିତ ହୋଇଛି । ରୁଷୀୟ ସେନା ୟୁକ୍ରେନ୍‌ରେ ହିଂସା ସୃଷ୍ଟି କରୁଛନ୍ତି। ୟୁକ୍ରେନ୍ ସେନା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛନ୍ତି । ଜେଲେନସ୍କି କହିଛନ୍ତି ଯେ, ଆମେ ଆକ୍ରମଣକାରୀଙ୍କ କ୍ଷତି କରିପାରୁଛୁ ।