ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ‘ବନ୍ଦେ ମାତରମ୍‌’ ଗୀତ

୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ କାର୍ଯ୍ୟକ୍ରମ…

ବରଗଡ,(ସାକ୍‌ସୀ ନ୍ୟୁଜ୍‌): ଭାରତର ଜାତୀୟ ଚେତନା ଓ ସ୍ୱାଧୀନତା ଆନ୍ଦୋଳନର ପ୍ରେରଣାର ପ୍ରତୀକ ‘ବନ୍ଦେ ମାତରମ୍‌’ ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବର୍ଷବ୍ୟାପୀ ସ୍ମାରକ କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ‘ବନ୍ଦେ ମାତରମ୍‌’ ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଦେଶାତ୍ମବୋଧକ ଗୀତ ‘ବନ୍ଦେ ମାତରମ୍‌’କୁ ସମ୍ମାନ ଜଣାଇଥିଲେ।

ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ଏହି ଐତିହାସିକ ଗୀତ ୧୮୭୫ ମସିହାରେ ପ୍ରକାଶ ପାଇଥିଲା। ଏହାର ୧୫୦ତମ ବର୍ଷ ପୂର୍ତ୍ତିକୁ ସାରା ଦେଶରେ ବିଭିନ୍ନ ସାଂସ୍କୃତିକ ଓ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଉଛି। ଏହି ଅବସରରେ ‘ବନ୍ଦେ ମାତରମ୍‌’ର ଐତିହାସିକ ମହତ୍ତ୍ୱ ଓ ଦେଶର ସ୍ୱାଧୀନତା ସଂଗ୍ରାମରେ ଏହାର ଭୂମିକାକୁ ସ୍ମରଣ କରାଯାଇଥିଲା ।