ପୁଣି ବଢିଲା ବିଦେଶୀ ମୁଦ୍ରା ଭଣ୍ଡାର

ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପଛର କାରଣ ହେଉଛି ବିଦେଶୀ ମୁଦ୍ରା..

ନୂଆଦିଲ୍ଳୀ : ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଜୁନ ୨୪ରେ ଶେଷ ହୋଇଥିବା ସପ୍ତାହରେ ୨.୭୩୪ ବିଲିୟନ ଡଲାର ବୃଦ୍ଧି ହୋଇଛି ୫୯୩.୩୨୩ ବିଲିୟନ ଡଲାର ହୋଇଛି । ଏହି ସମୟରେ ଭାରତୀୟ ଟଙ୍କା ଡଲାର ତୁଳନାରେ ରେକର୍ଡ ଦୁର୍ବଳ ସ୍ତରରେ ପହଞ୍ଚିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କର ପରିସଂଖ୍ୟନ ଅନୁସାରେ ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୫.୮୭ ବିଲିୟନ ଡଲାର ହ୍ରାସ ହୋଇ ୫୯୦.୫୮୮ ବିଲିୟନ ଡାଲରରେ ହୋଇଥିଲା ।

ଜୁନ ୨୪ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପଛର କାରଣ ହେଉଛି ବିଦେଶୀ ମୁଦ୍ରା ସମ୍ପତ୍ତି ବୃଦ୍ଧି ପାଇବା । ଏହା ମୋଟ ମୁଦ୍ରା ଭଣ୍ଡାର ଏକ ବଡ଼ ଅଂଶ ଅଟେ ।