ବିଟ୍‌ କଏନ୍‌ ମାୟା: ପଡ଼ିଲେ ମଲ, ନପଡ଼ିଲେ ଭଲ

ଡିଜିଟାଲ ମୁଦ୍ରା ବିଟ୍‌ କଏନ୍‌ । ବିଳାସମୟ ଲୋକଙ୍କ ପାଇଁ ଏହି କୁହୁକ ମୁଦ୍ରା ଭାରି ମୂଲ୍ୟବାନ ହୋଇପାରେ । ମାତ୍ର ଛୋଟ ନିବେଶକମାନେ ସେଭଳି କୁହୁକ ମୁଦ୍ରା ମାୟାରେ ପଡ଼ି ପିଲାମାନଙ୍କ ଜୀବନକୁ ମାଟି କରନ୍ତୁ ନାହିଁ ବୋଲି ବରିଷ୍ଠ ଅର୍ଥଶାସ୍ତ୍ରୀମାତେ ମତାମତ ପ୍ରକାଶ କରିଛନ୍ତି ।

ଦିନକୁ ଦିନ ବିଟ୍‌ କଏନ୍‌ର ବଜାର ମୂଲ୍ୟ ବୃଦ୍ଧି ପାଉଛି । ଏବେ ଗୋଟିଏ ବିଟ୍‌ କଏନ୍‌ର ବଜାର ମୂଲ୍ୟ ୪୦ ହଜାର ଡଲାର । ଭାରତର ରିଜର୍ଭ ବ୍ୟାଙ୍କ ବିଟ୍‌ କଏନ୍‌ ମୋହରେ ନ ପଡ଼ିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଆସୁଛି । ତେବେ ବଳକା ତେଲକୁ ଡ୍ୟାସ୍‌ରେ ଘଷୁଥିବା ଲୋକମାନେ ରିଜର୍ଭ ବ୍ୟାଙ୍କ ପରାମର୍ଶକୁ କାନରେ ପୁରାଉ ନାହାନ୍ତି ।

ତାହା ଦେଖି କିଛି ଛୋଟ ନିବେଶକମାନେ ମଧ୍ୟ ବିଟ୍‌ କଏନ୍‌ ମାୟାରେ ପଡ଼ି ହଜାର ହଜାର ଟଙ୍କା ହରାଉଥିବାର ଖବର କାନରେ ପଡୁଛି । ଯୋଉ ଟଙ୍କା ଫେରିପାଇବା ପାଇଁ ଆମେ ରିଜର୍ଭ ବ୍ୟାଙ୍କର ସହାୟତା ନେଇ ପାରିବାନି; ସେଭଳି ଟଙ୍କା ମୋହରେ ପଡ଼ିବା ଆଦୌ ଗ୍ରହଣୀୟ ନୁହେଁ ।