IRCTC ପକ୍ଷରୁ ୟୁଜର୍ସଙ୍କ ପାଇଁ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଲଞ୍ଚ୍

ନୂଆଦିଲ୍ଲୀ: ଆଇଆରସିଟିସିର(IRCTC) ୱେବସାଇଟ୍ ରେ ପ୍ରତିଦିନ ପ୍ରାୟତଃ ୬ କୋଟିରୁ ଅଧିକ ୟୁଜର୍ସ ରେଳ ଟିକେଟ୍ ବୁକ୍ କରିଥାନ୍ତି । IRCTC ପକ୍ଷରୁ ନିଜର ୟୁଜର୍ସଙ୍କ ପାଇଁ ଏକ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଲଞ୍ଚ୍ କରାଯାଇଛି । ଏହି କାର୍ଡ ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର ଆଣିଦେଉଛି । ଏହାକୁ ଏନପିସିଆଇ ଓ ବିଓବି ଫାଇନାନ୍ସିଆଲ୍ ସଲ୍ୟୁସନ୍ ସହ ମିଳିତ ଭାବରେ ଲଞ୍ଚ୍ କରାଯାଇଛି । ଏହି କାର୍ଡ ଜରିଆରେ ଲୋକଙ୍କୁ ଅନେକ ଫାଇଦା ମିଳିପାରିବ ।

ସୂଚନାଯୋଗ୍ୟ, ବିଓବି ଫାଇନାନ୍ସିଆଲ୍ ସଲ୍ୟୁସନ୍ ଲିମିଟେଡ୍(ବିଏଫସିଏଲ୍) ହେଉଛି ବ୍ୟାଙ୍କ ଅଫ୍ ବାରୋଦାର ପୂର୍ଣ୍ଣ ମାଲିକାନାଯୁକ୍ତ ସବ୍ ସିଡିଆରୀ କମ୍ପାନୀ । ଆଇଆରସିଟିସିର ଅଧିକାରୀ ମାନେ କହିଛନ୍ତି ଯେ, ଆଇଆରସିଟିସି ବିଓବି ରୁପେ କଣ୍ଟାକ୍ଟଲେସ୍ କ୍ରେଡିଟ୍ କାର୍ଡ ଖାସ୍ କରି ରେଳ ଯାତ୍ରୀଙ୍କ ଫାଇଦାକୁ ଦୃଷ୍ଟି ରଖି ଲଞ୍ଚ୍ କରାଯାଇଛି । ଯେଉଁ ରେଳ ଯାତ୍ରୀ ମାନେ ଲଗାତର ଭାବରେ ଟ୍ରେନ୍ ରେ ଯାତ୍ରା କରୁଛନ୍ତି ସେମାନଙ୍କୁ ଏଥିରୁ ଅନେକ ଫାଇଦା ମିଳିପାରିବ ।

୧) ଗ୍ରାହକଙ୍କ ପାଇଁ ଏହି କ୍ରେଡିଟ କାର୍ଡ ବ୍ୟବହାର କରି ଇନ୍ଧନ ଏବଂ ଗ୍ରୋସରୀ ତଥା ଅନ୍ୟାନ୍ୟ ଜିନିଷ କିଣି ପାରିବାର ସୁବିଧା ।
୨) ଏହି କାର୍ଡକୁ ଏଟିଏମରେ ନେଣଦେଣ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ।
୩) IRCTC ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ କ୍ରେଡିଟ୍ କାର୍ଡ ସହିତ 1AC, 2AC, 3AC, CC, କିମ୍ବା EC ବୁକିଂ କରୁଥିବା ଉପଭୋକ୍ତାମାନେ ୪୦ ରିୱାର୍ଡ ପଏଣ୍ଟ ପାଇବେ (ପ୍ରତି ୧୦୦ ଟଙ୍କାରେ ରିୱାର୍ଡ ପଏଣ୍ଟ ପାଇବେ) ।
୪) ଟ୍ରେନ୍ ଟିକେଟ୍ ବୁକିଂରେ ଏହି କାର୍ଡ ୧% କାରବାର ଶୁଳ୍କ ମଧ୍ୟ ପ୍ରଦାନ କରିବ ।
୫) ଯେଉଁମାନେ କାର୍ଡ ପ୍ରଦାନର ୪୫ ଦିନ ମଧ୍ୟରେ ୧୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ କ୍ରୟ କରନ୍ତି, ସେମାନେ ମଧ୍ୟ ୧୦୦୦ ବୋନସ୍ ରିୱାର୍ଡ ପଏଣ୍ଟ ପାଇବେ ।