ଲଗାତାର ବଢୁଥିଲା, ଏବେ କମିଲା

ନୂଆଦିଲ୍ଲୀ: ଘନ ଘନ ସୁନା, ରୁପା ଦର ବୃଦ୍ଧିରେ ଶେଷରେ ବ୍ରେକ୍ ଲାଗିଛି। ଲଗାତାର ଦ୍ବିତୀୟ ଦିନ ପାଇଁ ଦର ହ୍ରାସ ପାଇଛି। ସୁନାଦର ୧୦ ଗ୍ରାମ ପିଛା ୧୪୯୨ ଟଙ୍କା ହ୍ରାସ ପାଇ ୫୨,୮୧୯ ଟଙ୍କାରେ ପହଞ୍ଚିଛି ।

ସମାନଭାବେ ଗୁରୁବାର ରୁପା ଦର ମଧ୍ୟ କିଲୋଗ୍ରାମ ପିଛା ୧,୪୭୬ ଟଙ୍କା କମି ୬୭,୯୨୪ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ଆଉନ୍ସ ପିଛା ୨୦୦୦ ଡଲାର ତଳକୁ ଖସି ଆସିଥିବାରୁ ସ୍ପଟ୍‌ ବଜାରରେ ସୁନା ଆଉନ୍ସ ପିଛା ୧୯୨୭ ଡଲାରରେ ପହଞ୍ଚିଛି। ଏକ ଆଉନ୍ସ ହେଉଛି ୧୭.୪୯ ଗ୍ରାମ ।

ଅନ୍ତର୍ଜାତୀୟ ପ୍ରଭାବ ଯୋଗୁଁ ଭାରତୀୟ ବଜାରରେ ସୁନା ହ୍ରାସ ପାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ବିଶ୍ୱ ବଜାରରେ ଡଲାର ମୂଲ୍ୟ ବୃଦ୍ଧି ପାଇବା ଫଳରେ ନିବେଶକମାନେ ସୁନା ଉପରୁ ଆଗ୍ରହ କମାଇଛନ୍ତି । ତେବେ ସୁନାଦର ଆଗକୁ ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। କରୋନା ମହାମାରୀ ଯୋଗୁଁ ବିଶ୍ୱର ଅର୍ଥନୀତି ବିଗିଡ଼ି ଯଆଇଥିବା ବେଳେ ଚଳିତ ବର୍ଷ ସୁନା ଦର ୨୭ ପ୍ରତିଶତ ବୃଦ୍ଧି ପାଇସାରିଲାଣି।