ପାକିସ୍ତାନ ହାତ ଛାଡ଼ିଲା ସାଉଦି ଆରବ

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆସୁଥିବା ପାକିସ୍ତାନ ଏବେ ଏକ ପ୍ରକାର କଣଠେସା ହେବାକୁ ଯାଉଛି। ଇସଲାମିକ୍ ରାଷ୍ଟ୍ର ଗୁଡ଼ିକର ଛତ୍ରଛାୟା ତଳେ ରହି ଆସିଥିବା ପାକିସ୍ତାନ ଏବେ ସାଉଦି ଆରବ ସହ ସମ୍ପର୍କ ଖରାପ କରି ଅସୁବିଧାରେ ପଡ଼ିଛି।

ଅରଗାନାଇଜେସନ୍ ଫର୍ ଇସଲାମିକ କୋଅପରେସନ୍(ଓଆଇସି)ର ପାକିସ୍ତାନ ହେଉଛି ପ୍ରତିଷ୍ଠାତା ସଭ୍ୟ। ତେବେ ବାରମ୍ବାର ଇମରାନ ଖାନ ଏଥିରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଅନେକ ସଦସ୍ୟ ନାପସନ୍ଦ କରିଛନ୍ତି। ଏପରିକି କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିବ ନାହିଁ ଇସ୍ଲାମିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଦେଶ ସାଉଦି ଆରବ ରୋକଠୋକ ଜଣାଇଦେଇଛି ।

ନିକଟରେ ପାକିସ୍ତାନର ସେନା ମୁଖ୍ୟଙ୍କୁ ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନ ଭେଟିବାକୁ ମନା କରିଦେବା ପରେ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି। ବର୍ତ୍ତମାନ କେବଳ ଚୀନ କଥାରେ ଉଠ୍ ବସ୍ ହେଉଛି ପାକିସ୍ତାନ। ଏହାର ସୁଯୋଗ ନେଇ ଭାରତ ମଧ୍ୟ ଇସଲାମିକ ରାଷ୍ଟ୍ର ମାନଙ୍କ ସହ ବ୍ୟବସାୟିକ ବୁଝାମଣା ଜରିଆରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବାରେ ଲାଗିଛି।