ଜନତାଙ୍କୁ ଜିଏସଟି ଛାଟ: ଘୋଡ଼ାପିଠିରୁ ୨୮% ଟିକସ

ଜୁଲାଇ ୧୧ ତାରିଖରେ ଜିଏସଟିର ୫୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଏସଟି କାଉନସିଲରେ ଅନଲାଇନ ଗେମିଂ, ଘୋଡ଼ାସବାରୀ ଓ କ୍ୟାସିନୋ ଉପରେ ୨୮% ଜିଏସଟି ଲଗାଇବାକୁ ନିଷ୍ପତି ନିଆଯାଇଛି । ତା’ ସହିତ ଜୀବନ ରକ୍ଷାକାରୀ ଔଷଧ ଉପରେ ଟିକସ ଛାଡ଼କୁ ଅନୁମତି ଦିଆଯାଇଛି । ପ୍ରଥମେ ତା’ ଉପରେ ୧୮% ଟିକସ ଲାଗୁ କରାଯାଇଥିଲା ।

କର୍କଟ ନିରାକରଣ ଔଷଧ ଉପରୁ ଆଇଜିଏସଟି ହଟାଇବାକୁ ଅନୁମତି ଦିଆଯାଇଛି । ସିନେମା ହଲରେ ଖାଇବା ପିଇବା ସାମଗ୍ରୀ ବିଲ ଉପରେ ଜିଏସଟି ହାର କମାଇ ଦିଆଯାଇଛି । ନିଷ୍ପତି ଅନୁସାରେ ଫୁଡ୍‌ ଆଣ୍ଡ ବେଭରିଜ ବିଲ ଉପରେ ୫% ଜିଏସଟି ଲଗାଯିବ । ଆଗରୁ ୧୮% ଜିଏସଟି ଲାଗୁ କରାଯାଇଥିଲା । ଜିଏସଟି ବୈଠକ ଶେଷ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ପ୍ରଦାନ କରିଛନ୍ତି ।