୧୧% ବଢ଼ିଲା ଜିଏସଟି ରାଜସ୍ୱ

ଜୁଲାଇ ୨୦୨୩ ରେ ୧,୬୫,୧୦୫ କୋଟି ଟଙ୍କାର ଜିଏସଟି ଆଦାୟ

ପିଆଇବି/ଭୁବନେଶ୍ୱର: 2023 ଜୁଲାଇ ମାସରେ 1,65,105 କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ୱ ଆଦାୟ କରାଯାଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ 29,773 କୋଟି ଟଙ୍କା, ଏସଜିଏସଟି ପରିମାଣ 37,623 କୋଟି ଟଙ୍କା, ଆଇଜିଏସଟି ପରିମାଣ 85,930 କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ 41,239 କୋଟି ଟଙ୍କା ସମେତ) ଏବଂ ସେସ୍‌ ପରିମାଣ 11,779 କୋଟି ଟଙ୍କା (ବସ୍ତୁ ଆମଦାନୀରୁ 840 କୋଟି ଟଙ୍କା ସମେତ) ରହିଛି ।

ସରକାର ସିଜିଏସଟି ବାବଦରେ  39,785 କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ  33,188 ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ ପରେ ଜୁଲାଇ 2023ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ମୋଟ୍‌ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ 69,558 କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ 70,811 କୋଟି ଟଙ୍କା ରହିଛି ।

ଚଳିତ ବର୍ଷ ଜୁଲାଇ ମାସରେ ଓଡ଼ିଶାରେ 4245 କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ କରାଯାଇଛି । ଏହା 2022 ଜୁଲାଇ ମାସରେ ସଂଗୃହିତ 3652 କୋଟି ଟଙ୍କାର ଜିଏସଟି ରାଜସ୍ୱ ତୁଳନାରେ 16 ପ୍ରତିଶତ ଅଧିକ ।

ଜୁଲାଇ 2023ରେ ସଂଗୃହିତ ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ 11% ଅଧିକ ରହିଥିବା ଜଣାଯାଇଛି । ଚଳିତ ମାସରେ ଘରୋଇ କାରବାରରୁ ସଂଗୃହିତ ରାଜସ୍ୱ (ସେବା ଆମଦାନୀ ସମେତ) ଗତ ବର୍ଷର ସମାନ ମାସରେ ଏସବୁ ଉତ୍ସରୁ ସଂଗୃହିତ ରାଜସ୍ୱ ତୁଳନାରେ 15% ଅଧିକ ରହିଛି ।  ଜିଏସଟି ପ୍ରଚଳନ ହେବା ପରେ ପଞ୍ଚମ ଥର ପାଇଁ ସକଳ ଜିଏସଟି ରାଜସ୍ୱ ସଂଗ୍ରହ 1 ଲକ୍ଷ 60 ହଜାର ଟଙ୍କା ଅତିକ୍ରମ କରିଛି ।

ନିମ୍ନରେ ଦିଆଯାଇଥିବା ସାରଣୀରେ ଚଳିତ ବର୍ଷ ମାସିକ ଜିଏସଟି ରାଜସ୍ୱ ସଂଗ୍ରହର ଧାରା ପ୍ରଦର୍ଶିତ ହୋଇଛି । ଟେବୁଲରେ ଜୁଲାଇ 2023ରେ ରାଜ୍ୟୱାରୀ ଜିଏସଟି ସଂଗ୍ରହ ପରିମାଣ ଉଲ୍ଲେଖ କରାଯାଇଛି ।