ସବୁ ପ୍ରତୀକ୍ଷାର ଅବସାନ ଘଟାଇ ମୁମ୍ବାଇ କାର ବଜାରରେ ପ୍ରବେଶ କରିଛି ଏଲନ ମସ୍କଙ୍କ ଟେସ୍ଲା କାର । ଟେସ୍ଲା ଦୁନିଆର ମଡେଲ ୱାଇ କାରଟି ସାରା ବିଶ୍ୱରେ ଚହଳ ପକାଇଛି । ସେହି ମଡେଲକୁ ଭାରତରେ ବିକିବା ପାଇଁ କମ୍ପାନୀ ବିଚାର କରିଛି ।
ଇତି ମଧ୍ୟରେ କମ୍ପାନୀ ୱେବ୍ ସାଇଟ୍ରେ କାର ବୁକିଂ ଆରମ୍ଭ ହୋଇଛି । ଟେସ୍ଲା ୱାଇ ମଡେଲ କାର ପ୍ରତି ମନ ବଳାଇଲେ, ପକେଟରେ ଅତି କମରେ ୬୦ ଲକ୍ଷ ଟଙ୍କା ରଖି ସୋ’ ରୁମକୁ ଯାଆନ୍ତୁ । ମସ୍କଙ୍କ ଟେସଲା କାର କିଛି ଭାରତୀୟ କମ୍ପାନୀର ବେପାରକୁ ଡୁବାଇଦେବ ବୋଲି ଆଶଙ୍କା କରାଯାଉଛି ।