ସେନ୍ସେକ୍ସ ୧୧୦୦ ପଏଣ୍ଟ ହ୍ରାସ

ବିଶ୍ବ ବଜାରରୁ ମିଳୁଥିବା ଖରାପ ସଙ୍କେତ ପରେ ଘରୋଇ ସେୟାର ବଜାରରେ ପୁଣି ହ୍ରାସ ଦେଖିବାକୁ ମିଳିଛି । ଘରୋଇ ବଜାରରେ…

ନୂଆଦିଲ୍ଲୀ: ବିଶ୍ବ ବଜାରରୁ ମିଳୁଥିବା ଖରାପ ସଙ୍କେତ ପରେ ଘରୋଇ ସେୟାର ବଜାରରେ ପୁଣି ହ୍ରାସ ଦେଖିବାକୁ ମିଳିଛି । ଘରୋଇ ବଜାରରେ ୩୦ ପଏଣ୍ଟ ସେନ୍ସେକ୍ସ ଗୁରୁବାର ସକାଳେ ୧୧୦୦ରୁ ଅଧିକ ପଏଣ୍ଟ ହ୍ରାସ ସହ ୫୩,୦୭୦.୩୦ ସ୍ତରରେ ଖୋଲିଛି । ସେହିଭଳି ନିଫ୍ଟି ମଧ୍ୟ ୧୫,୯୧୭.୪୦ରେ ଖୋଲିଛି ।

ପ୍ରାରମ୍ଭିକ କାରବାରରେ ଆଇଟିସିର ସେୟାରକୁ ଛାଡି ସମସ୍ତେ ଲାଲ୍ ସଙ୍କେତରେ କାରବାର କରୁଥିବା ଦେଖିବାକୁ ମିଳିଥିଲା । ଗୁରୁବାରର କାରବାର ସେସନରେ ବିକ୍ରୟର ବେଳ ଚାଲିଛି । ସକାଳ ସମୟରେ ୩୭୦ଟି ସେୟାରରେ କ୍ରୟ ଦେଖିବାକି ମିଳିଥିଲା । ଏହା ବ୍ୟତୀତ ୧୬୨୯ ସେୟାରରେ ଏକ ବିକ୍ରୟ ଚାଲିଛି ଏବଂ ୭୩ଟି ସେୟାରରେ କୌଣସି ପରିବର୍ତ୍ତନ ହୋଇନାହିଁ । ମେଟାଲ, ଆଇଟି, ଫାର୍ମା, ରିୟଲଟି, ଅଟୋ ଏବଂ ବ୍ୟାଙ୍କ ସମସ୍ତ ସେୟାର ସକାଳୁ ଚାପରେ ଥିବା ଦେଖିବାକୁ ମିଳିଥିଲା । ନିଫ୍ଟିର ସର୍ବାଧିକ ହ୍ରାସରେ ହିଣ୍ଡାଲକୋ, ଟେକ୍ ମହିନ୍ଦ୍ରା, ୱିପ୍ରୋ, ବଜାଜ ଫିନ୍‌ସର୍ଭ ଏବଂ ଇନଫୋସିସ୍ ରହିଛି ।