ଚୀନ ନାଗରିକଙ୍କୁ ମିଳିବ ସୁରକ୍ଷା: ପାକ୍‌ ପ୍ରଧାନମନ୍ତ୍ରୀ

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ଚୀନ-ପାକିସ୍ତାନ ଆର୍ଥିକ…

ଇସଲାମାବଦାଦ : ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ଚୀନ-ପାକିସ୍ତାନ ଆର୍ଥିକ କରିଡର ପ୍ରକଳ୍ପ ଉପରେ କାମ କରୁଥିବା ଚୀନ ନାଗରିକଙ୍କ ସୁରକ୍ଷା ବଢାଇବାକୁ ମଙ୍ଗଳବାର ଆଦେଶ ଦେଇଛନ୍ତି । ଶହବାଜ ଚୀନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ପାକିସ୍ତାନରେ ଚୀନ ନାଗରିକଙ୍କ ସୁରକ୍ଷା ନେଇ କଥାବାର୍ତ୍ତା କରିଥିଲେ । ଏକ ବୟାନ ଅନୁସାରେ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ସନାଉଲ୍ଲାହ, ଯୋଜନା ମନ୍ତ୍ରୀ ଅହସାନ ଇକବାଲ ଓ ଅନ୍ୟ ବରିଷ୍ଠ ଅଧିାକରୀମାନଙ୍କ ସହିତ ଏକ ବୈଠକ କରିଛନ୍ତି । ଚୀନ ନାଗରିକଙ୍କ ସୁରକ୍ଷାରେ କୌଣସି ଢିଲା ପଣ କରାଯିବ ନାହିଁ ବୋଲି କୁହାଯାଇଛି । ପ୍ରଧାନମନ୍ତ୍ରୀ ଶହବାଜ ଚୀନ ନାଗରିକଙ୍କ ପାଇଁ କଡା ସୁରକ୍ଷଶ ବ୍ୟବସ୍ଥା କରିବାକୁ ଆଦେଶ ଦେଇଛନ୍ତି ।