ରାଜ୍ୟରେ ୩୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସରେ ୩ ଜଣ ଅଛନ୍ତି। ସଂଗରୋଧ କେନ୍ଦ୍ରରୁ ୨୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୧୬ ଜଣ।

ଅନୁଗୁଳ ଜିଲ୍ଳାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେ‌ଳେ ବରଗଡ଼ରୁ ୨ ଜଣ, ବଲାଙ୍ଗୀରରୁ ଜଣେ, କଟକୁ ୭ ଜଣ, ଖୋ‌ର୍ଦ୍ଧାରୁ ୬ ଜଣ, ମୟୂରଭଞ୍ଜରୁ ଜଣେ, ନୂଆପଡ଼ାରୁ ୨ ଜଣ, ସମ୍ବଲପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୧୩୩୫୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧୩୨୬୩୩୫ ଓ ଏବେ ବି ସକ୍ରିୟ ଅଛନ୍ତି ୩୬୮ ଜଣ।