ଦେଶରେ ୨୪ ଘଣ୍ଟାରେ ୭,୮୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ କରୋନାର ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଛି। ଦେଶରେ ୨୪ ଘଣ୍ଟାରେ ୭,୮୩୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଦୀର୍ଘ ୨୨୩ ଦିନ ପରେ ସବୁଠାରୁ ଅଧିକ ମାମଲା ବୋଲି ଜଣାପଡିଛି। ଏହାସହ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୨୧୫କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ମଙ୍ଗଳବାର ଦିନ ଦୁଇ ଲକ୍ଷ ୧୪ ହଜାର ୨୪୨ ଜଣ କରୋନା ପରୀକ୍ଷା କରିଛନ୍ତି। ଏଥିରେ ୩.୬୫ ଅର୍ଥାତ୍ ୭,୮୩୦ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ହେତୁ ୧୬ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।