ସେପ୍ଟେମ୍ବରରୁ ଭାରତରେ ପାଦ ଦେଇସାରିଛି ବିଏଫ୍‌.୭ କରୋନା

ଚୀନରେ ଏବେ ବିଏଫ୍‌.୭ ଭାରିଏଂଟ କରୋନା…..

ନୂଆଦିଲ୍ଲୀ: ଚୀନରେ ଏବେ ବିଏଫ୍‌.୭ ଭାରିଏଂଟ କରୋନା ମାତିଛି । କୋଉ ଆଡେ଼ ଗତି କରି କାହାକୁ କେତେବେଳେ ଘାଂଟୁଛି, କହିବା ମୁସ୍କିଲ ହୋଇପଡ଼ିଛି । ଭାରତବାସୀ ଉକ୍ତ ଭାରିଏଂଟକୁ ଡରିବାର ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନ୍ତ୍ୱନା ଦେଇଛି । ତା’ର ମୁଖ୍ୟ କାରଣ ହେଉଛି, ଗତ ସେପ୍ଟେମ୍ବରରୁ ଭାରତ କରୋନାର ବିଏଫ୍‌.୭ ଭାରିଏଂଟକୁ ମୁକାବିଲା କରିସାରିଛି ।

ବିଏଫ୍‌.୭ ଭାରିଏଂଟ ବଳ କଷିସାରିବା ପରେ ଭାରତ ସରକାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କରୋନାକୁ ନିୟନ୍ତ୍ରଣ ଭିତରେ ରଖିବାର ଏକମାତ୍ର ପ୍ରଧାନ ଅସ୍ତ୍ର ହେଉଛି ମାସ୍କ ଧାରଣ, ଭିଡକୁ ବାରଣ, ସାନିଟାଇଜ ବ୍ୟବହାର । ସୂଚନା ମୁତାବକ ଆମେରିକାରୁ ବଡୋଧାରାରେ ପାଦ ଦେଇଥିବା ଜଣେ ମହିଳା ଯାତ୍ରୀଙ୍କ ନିକଟରେ ବିଏଫ୍‌.୭ ଭାରିଏଂଟ ଠାବ କରାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ଦୁଇଜଣଙ୍କୁ ମଧ୍ୟ ବିଏଫ୍‌-୭ ସଂକ୍ରମଣ କରିଥିବାର ଜଣାପଡ଼ିଥିଲା ।

ପରୀକ୍ଷଣରୁ ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଜଣାପଡ଼ିଥିଲା । ତା’ ଛଡ଼ା ଅହମ୍ମଦାବାଦରେ ଗୋଟିଏ ଓ ଓଡ଼ିଶାରେ ଗୋଟିଏ ବିଏଫ୍‌.୭ ମାମଲା ଠାବ କରାଯାଇଥିଲା । ବୁଧବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦାନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକପ୍ରକାର ଆଶ୍ୱସ୍ତ ଲାଭ କରିଛନ୍ତି । କରୋନାର ଯେକୌଣସି ପ୍ରଜାତିକୁ ମୁକାବିଲା କରିବା ପାଇଁ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିସାରିଛି ।