ଦେଶରେ ହ୍ରାସ ପାଉଛି କୋରନା ଗ୍ରାଫ

ପ୍ରତିଦିନ ସଂକ୍ରମଣ ଦର ୩.୩୨ ପ୍ରତିଶତ ଅଛି….

ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା କମିବାର ଲକ୍ଷ୍ୟ କରାଯାଉଛି । ଦେଶରେ ସମୁଦାୟ ୧୫ ହଜାର ୫୨୮ ଜଣ ରୋଗୀ ସାମନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୧୬,୧୧୩ ଜଣ ରେକର୍ଡକୁ ଆସିଛି । ଏହା ସହିତ ୨୫ ଜଣଙ୍କର ମୃତ୍ୟ ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ ଦେଶରେ ସମୁଦାୟ ୪ କୋଟି ୩୧ ଲକ୍ଷ ୧୩ ହଜାର ୬୨୩ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୧ ଲକ୍ଷ ୪୩ ହଜାର ୬୬୪ ରେ ପହଂଚିଛି । ପ୍ରତିଦିନ ସଂକ୍ରମଣ ଦର ୩.୩୨ ପ୍ରତିଶତ ଅଛି । ରିପୋର୍ଟ ଅନୁସାରେ ୪.୬୮ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଅଛି ।