ରାଜ୍ୟରେ ୧୦୦ ତଲକୁ କୋରୋନାର ଦୈନିକ ସଂକ୍ରମଣ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): କୋରୋନାର ଦୈନିକ ସଂକ୍ରମଣ ରାଜ୍ୟରେ ୧୦୦ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ୮୬ କୋରୋନା ପଜିଟିଭ ଚିହ୍ନଟ ସହ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୩ କିଶୋର କିଶୋରୀ ରହିଥିବା ବେଳେ ୫୦ କ୍ବାରେଣ୍ଟାଇନ ସେଣ୍ଟର ଓ ୩୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨ଟି ମାମଲା ରହିଥିବା ବେଳେ ବାଲେଶ୍ବରରୁ ୪ , ବଲାଙ୍ଗିରରୁ ୬, ବୌଦ୍ଧରୁ ୧, କଟକରୁ ୫, ଗଜପତିରୁ ୯, ଗଞ୍ଜାମରୁ ୧, ଜଗତସିଗହପୁରରୁ୧, ଯାଜପୁରରୁ ୩, ଝାରସୁଗୁଡାରୁ ୧, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୬, ନବରଙ୍ଗପୁରରୁ ୬, ରାୟଗଡା ୧, ସମ୍ବଲପୁରରୁ ୧୫, ସୁନ୍ଦରଗଡରୁ ୧୪ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬,୬୨୬ରେ ପହଞ୍ଚିଛି।