ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ୨୭।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୨୨ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୩୪୯୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ଜଣେ, ବରଗଡ଼ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ୭ଜଣ, ବୌଦ୍ଧ ଜିଲ୍ଲାରୁ ୬ଜଣ, କଟକ ଜିଲ୍ଲାରୁ ୪୦ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୫ଜଣ, ଗଞ୍ଜାମ ଜିଲ୍ଲାରୁ ୫ଜଣ, ଜଗତସିଂହପୁର ଜିଲ୍ଲାରୁ ୨ଜଣ, ଯାଜପୁର ଜିଲ୍ଲାରୁ ୪ଜଣ, କଳାହାଣ୍ଡି ଜିଲ୍ଲାରୁ ୪ଜଣ, କନ୍ଧମାଳ ଜିଲ୍ଲାରୁ ୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯ଜଣ, କୋରାପୁଟ ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୭ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୧୪ଜଣ, ସମ୍ବଲପୁର ଜିଲ୍ଲାରୁ ୯ଜଣ, ସୋନପୁର ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬ଜଣ, ଷ୍ଟେଟ ପୁଲ୍‌ରୁ ୪ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୩୪୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪୨୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୨୨୮୩୧ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୩୫୩୮୨୩୬ସାମ୍ପୁଲ ଟେଷ୍ଟ୍ ହୋଇଛି ।