ଆଇନ ଉଲ୍ଲଙ୍ଘନ କରିବାର ଫଳ ଭୋଗିଲେ କେନ୍ଦ୍ରମନ୍ତ୍ରୀ 

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

ବମ୍ବେ : ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଭାବିଥିଲେ, ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ସ୍ୱୀକାର କରି ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେବେ । ମାତ୍ର ତାହା ହେଲାନାହିଁ । ବେଆଇନ ନିର୍ମାଣ ଭାଙ୍ଗିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରମନ୍ତ୍ରୀ ନାରାୟଣଙ୍କୁ ତିନିମାସ ସମୟ ଦେଇଛନ୍ତି । ଅବଶ୍ୟ ବମ୍ବେ ହାଇକୋର୍ଟ ତାଙ୍କ ରାୟରେ କେନ୍ଦ୍ରମନ୍ତ୍ରୀଙ୍କୁ ମାତ୍ର ଦୁଇସପ୍ତାହ ମହଲତ ପ୍ରଦାନ କରିଥିଲେ । ବେଆଇନ ନିର୍ମାଣ କରିଥିବାରୁ ବମ୍ବେ ହାଇକୋର୍ଟ ନାରାୟଣଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା କରିଥିଲେ । ନାରାୟଣଙ୍କ ଘରର ବେଆଇନ ଅଂଶଟିକୁ ଭାଙ୍ଗିବା ପାଇଁ ହାଇକୋର୍ଟ ମୁମ୍ବାଇ ବିଏମ୍‌ସିକୁ ଆଦେଶ ପ୍ରଦାନ କରିଥିଲେ । ନାରାୟଣ ତାଙ୍କର ଜୁହୁସ୍ଥିତ ବଙ୍ଗଳଟିର କେତୋଟି ଭାଗକୁ ବିଏମ୍‌ସିର ବିନା ଅନୁମୋଦନରେ ନିର୍ମାଣ କରିଥିଲେ । ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବେଆଇନ ନିର୍ମାଣକୁ ଅନୁମୋଦନ କରିବା ପାଇଁ ବିଏମ୍‌ସିକୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ନାରାୟଣଙ୍କ ପ୍ରାର୍ଥାନାକୁ ଅସ୍ୱୀକାର କରିଥିଲେ ।

ଏବେ ସୁପ୍ରିମକୋର୍ଟ ନାରାୟଣଙ୍କ ଆବେଦନକୁ ଖାରଜ କରିଦେବା ପରେ ଜୁହୁ କୋଠାଟିର ବେଆଇନ ଭାଙ୍ଗିବା ସୁନିଶ୍ଚିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାହୁଚ୍ଛାୟା ତଳେ ରହି ନାରାୟଣ ଅହଙ୍କାରୀ ହୋଇଯାଇଥିଲେ । ସୁପ୍ରିମକୋର୍ଟରୁ ତଡ୍‌କା ଖାଇବା ପରେ ତାଙ୍କ ମୁଣ୍ଡ ଆଉ କାମ କରୁନି ।