ଗତ ୨୪ ଘଣ୍ଟାରେ ମଧ୍ୟରେ ଦେଶରେ ଆଉ ୨୦,୦୩୮ କରୋନା ସଂକ୍ରମିତ ଚିହ୍ନଟ

ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ…

ନୂଆଦିଲ୍ଲୀ : ଗତ କାଲି ଭଳି ଦେଶରେ ପୁଣି ଆଜି ମଧ୍ୟ ଦୈନିକ ସଂକ୍ରମଣ ୨୦ ହଜାର ଅତିକ୍ରମ କରିଛି। ଦିନକରେ ଆଉ ୨୦ ହଜାର ୦୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪.୩୭,୧୦,୦୨୭କୁ ବୃଦ୍ଧି ପାଇଛି। ସେହିପରି ଆଉ ୧୬,୯୯୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୩୦,୪୫,୩୫୦ ଆରୋଗ୍ୟ ଲାଭ କରିଛନ୍ତି। ଆରୋଗ୍ୟ ହାର ୯୮.୪୮%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୫,୬୦୪ରେ ପହଞ୍ଚିଛି। ମୃତ୍ୟୁହାର ୧.୨୦%। ଆଉ ୧,୩୯,୦୭୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୩୨%।