ଚୀନରେ ନୂଆ ଲହରରେ କରୋନା ଭାଇରସର ପ୍ରକୋପ: ପ୍ରଥମ ମୃତ୍ୟୁ,୨.୫ କୋଟି ଲୋକ ଘର ଭିତରେ

ନୂଆ ଲହରରେ କରୋନା ଭାଇରସର ପ୍ରକୋପ ଚୀନରେ ଜାରି ରହିଛି…

ଶାଙ୍ଘାଇ: କରୋନା ଭାଇରସର ପ୍ରକୋପ ଚୀନରେ ଜାରି ରହିଛି । ନୂଆ ଲହରରେ ପ୍ରଥମ ମୃତ୍ୟୁ ରେକର୍ଡ ହୋଇଛି । ୨.୫ କୋଟି ଲୋକ ରହୁଥିବା ଶାଙ୍ଘାଇରେ ଲକ୍‌ଡାଉନ୍ କରାଯାଇଛି । ଲୋକେ ବାଧ୍ୟବାଧକତାରେ ଘର ଭିତରେ ବନ୍ଦ ରହିଛନ୍ତି ।

ସୂଚନାନୁଯାୟୀ, ମାର୍ଚ୍ଚ ୧୦ ତାରିଖ ପରେ ୨୦ କୋଟି ଲୋକ କରୋନା ପଜିଟିଭ ଚିହ୍ନଟ ଥିଲେ । ଶାଙ୍ଘାଇରେ ଗତ ୧୭ ତାରିଖରେ ୧୯, ୮୩୧ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଶନିବାର ୨୧,୫୮୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଲୋକଙ୍କ ଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳି ନଥିଲା ।

୨୦୧୯ରେ ଉହାନରୁ ବ୍ୟାପୀଥିବା କରୋନା ପରେ ଶାଙ୍ଘାଇ ଏବେ ସର୍ବାଧିକ ସଂକ୍ରମିତ ସହରରେ ପରିଣତ ହୋଇଛି । ଚୀନରେ ଏହା ପୂର୍ବରୁ ମାର୍ଚ୍ଚ ମାସରେ ଜିଲିନ ରାଜ୍ୟରେ କରୋନା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଚୀନରେ ଏହି ମୃତ୍ୟୁ ଏକ ବର୍ଷ ପରେ ହୋଇଥିଲା । ଚୀନ କରୋନା ପାଇଁ କଡ଼ା ପଦକ୍ଷେପ ନେଇଛି ।