ପୁଣି ଫେରିଲା ମହାମାରୀ କରୋନା

ବେଜିଂ: ଚୀନ୍‌ରେ କରୋନା ମହାମାରୀ ଆଉଥରେ ଦେଖାଯାଇଛି। କରୋନା ସଂକ୍ରମଣରେ ପୁଣିଥରେ ଅଚାନକ୍ ବୃଦ୍ଧି ଯୋଗୁଁ ଚୀନ୍ ସରକାର ଦେଶର ପୂର୍ବୋତ୍ତର ସହର ଚାଙ୍ଗ୍‌ଚୁନ୍‌ରେ ଲକ୍‌ଡାଉନ୍ ଲାଗୁ କରିଛନ୍ତି। ପାଖାପାଖି ୯୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରର ଅଧିବାସୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତି ଜରୁରୀ ନଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ପରିବହନ ସମ୍ବନ୍ଧୀୟ ସମସ୍ତ ସୁବିଧା ଉପରେ କଟକଣା ରୋକ୍ ଲାଗୁ କରିବା ସହିତ ମାସ୍ ଟେଷ୍ଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଚଳିତ ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଏକହଜାର ଅତିକ୍ରମ କରିଛି। ଅର୍ଥାତ୍ ଶୁକ୍ରବାର ୧,୩୬୯ ନୂଆ ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି। ସାଂଘାଇ ସହରରେ ସମସ୍ତ ଶିକ୍ଷାନୁଷ୍ଠାନକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ଜଣେ ବ୍ୟକ୍ତିଙ୍କୁ ପ୍ରତି ଦୁଇଦିନର ଅନ୍ତରାଳରେ ଥରେ ଜରୁରିକାଳୀନ ସାମଗ୍ରୀ କ୍ରୟ କରିବାକୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଇଛି।