ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୨ ହଜାର ୮୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୨୯,୯୮,୯୩୮କୁ ବୃଦ୍ଧି ପାଇଛି। ସେହିପରି ଆଉ ୩,୮୮୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୪,୫୦,୦୫୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୨%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୯୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୧୬,୦୭୨ରେ ପହଞ୍ଚିଛି। ମୃତ୍ୟୁହାର ୧.୨୦%। ୩୨,୮୧୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୮%। ୭,୫୨,୮୧୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ୭୮,୦୫,୦୬,୯୭୪ ନମୁନା ପରୀକ୍ଷା କରାଯାଇଛି। ଦିନକ ପୂର୍ବରୁ ୧୮,୯୨,୧୪୩ ଟିକା ନେଇଥିବା ବେଳେ ମୋଟ ୧,୮୦,୬୦,୯୩,୧୦୭ ଟିକାକରଣ କରାଯାଇଛି।
Prev Post
Next Post