ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୦ ଜଣ କୋଭିଡ୍ ପଜିଟିଭ୍

ରାଜ୍ୟରେ ତିନି ହେଲା ଦୈନିକ କରୋନା ସଂକ୍ରମିତ ସଂଖ୍ୟା ସ୍ଥିର ରହିଥିବା ବେଳେ…..

ଭୁବନେଶ୍ୱର: ରାଜ୍ୟରେ ତିନି ହେଲା ଦୈନିକ କରୋନା ସଂକ୍ରମିତ ସଂଖ୍ୟା ସ୍ଥିର ରହିଥିବା ବେଳେ ଆଜି ସାମାନ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।  ଗତ ୨୩, ୨୪ ଓ ୨୫ ତାରିଖରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ରହିଥିଲା । ହେଲେ ଆଜିର ରିପୋର୍ଟ ଅନୁଯାୟୀ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।  ସେଥିମଧ୍ୟରୁ ସଙ୍ଗରୋଧରୁ ୬ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ୧୦ ଆକ୍ରାନ୍ତଙ୍କ ଭିତରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ଜଣେ ସଂକ୍ରମିତ ରହିଥିବା ସୂଚନା ଦିଆଯାଇଛି ।

ଆଜି ଏହି ସମସ୍ତ ଆକ୍ରାନ୍ତ ୪ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨୬ ଜିଲ୍ଳା କରୋନା ମୁକ୍ତ ରହିଛି । ବାଲେଶ୍ବର ଓ ଖୋର୍ଦ୍ଧାରୁ ୩ଜଣ ଲେଖାଏ ସଂକ୍ରମିତ ରହିଥଇବା ବେଳେ ବଲାଙ୍ଗୀର ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୦ଜଣ ଆକ୍ରାନ୍ତ ।