ଆଜି ରାଜ୍ୟରୁ ୧୯ କୋଭିଡ୍ ପଜିଟିଭ ଚିହ୍ନଟ

ଆଜି ୧୯ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି…

ଆଜି ୧୯ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮ ଜଣ ଚିହ୍ନଟ ହୋଇଛନ୍ତି । ଆଜି ୧୮ ବର୍ଷରୁ କମ୍ ବୟସର ୬ ଜଣ ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୨୭୨ରେ ପହଞ୍ଚିଛି ।

ସେହିପରି ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୯୭୨ ରହିଥିବା ବେଳେ ୧୨୧ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।