ରାଜଧାନୀରେ ହତ୍ୟା, ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହତ୍ୟାକାଣ୍ଡ ଘଟିଛି । ଦୁର୍ବୃତଙ୍କ ଛୁରା ମାଡରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛି । ପୁଲିସ ଶବ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ହତ୍ୟାକାଣ୍ଡ କାହିଁକି ଓ କିଏ ଘଟାଇଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ସୋମବାର ସକାଳୁ ଖାରବେଳନଗର ଥାନା ଲୋୟର ପିଏମଜି ଛକ ନିକଟରେ ଥିବା ଏକ ଏଟିଏମ ସାମ୍ନାରେ ଜଣେ ବ୍ୟକ୍ତିର କ୍ଷତାକ୍ତ ମୃତଦେହ ପଡିଥିବା ବେଳେ ସ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ଖବରପାଇ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏଥିସହିତ ଆହତଙ୍କ ମହିଳାଙ୍କ ଶିଶୁକୁ ପୁଲିସ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି ।